ବୌଦ୍ଧ: ରାଜ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରବିବାର ପୁଣି ବୌଦ୍ଧରେ 8 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ ଜଣ ସ୍ଥାନୀୟ ସଂକ୍ରମିତ ଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ରବିବାର ଚିହ୍ନଟ ନୂଆ 8 ଆକ୍ରାନ୍ତଙ୍କ ମଧ୍ୟରୁ ଗୋଛାପଡାରୁ ଚିହ୍ନଟ ଆକ୍ରାନ୍ତ ଅନେକ ଲୋକଙ୍କ ସହ ମିଳାମିଶା ହେତୁ ସେ ସୁପର ସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା ରହିଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସାପ୍ତାହିକ ଦୁଇ ଦିନ ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଏହାସତ୍ତ୍ୱେ ଅନେକ ଲୋକ କୋଭିଡ ଆଇନକୁ ଉଲଙ୍ଘନ ହେତୁ ପୋଲିସ ହାବୁଡରେ ପଡିଛନ୍ତି । ଏଣୁ ରବିବାର 40ରୁ ଉର୍ଦ୍ଧ୍ବ ବାଇକ ଚାଳକ ତଣ୍ଡ ଗଣିଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ