ବୌଦ୍ଧ: ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 103 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଜିଲ୍ଲାର ହରଭଙ୍ଗା, ବୌଦ୍ଧ, କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରୁ ତଥା ବୌଦ୍ଧ ପୌରାଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜିଲ୍ଲାର ତେର ଗୋଟି ସ୍ଥାନକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।
![କୋଭିଡ କେୟାରରେ 65ଟି ଅକ୍ସିଜେନ ଯୁକ୍ତ ଶଯ୍ୟା ପ୍ରସ୍ତୁତ](https://etvbharatimages.akamaized.net/etvbharat/prod-images/od-boud-04-satya-covidcare-defort-od10020_02052021191610_0205f_1619963170_369.jpg)
![କୋଭିଡ କେୟାରରେ 65ଟି ଅକ୍ସିଜେନ ଯୁକ୍ତ ଶଯ୍ୟା ପ୍ରସ୍ତୁତ](https://etvbharatimages.akamaized.net/etvbharat/prod-images/od-boud-04-satya-covidcare-defort-od10020_02052021191610_0205f_1619963170_849.jpg)
ସେପଟେ ବୌଦ୍ଧ କୋଭିଡ ସେଣ୍ଟର ନିକଟରେ ଥିବା ପୁରୁଣା ଆଇଟିଆଇ କୋଠାକୁ କୋଭିଡ କେୟାର ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଏଠାରେ ଦୁଇ ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ପାଇଁ ପ୍ରସ୍ତାବ ରହିଥିବା ବେଳେ ବର୍ତ୍ତମାନ 65 ଗୋଟି ଶଯ୍ୟା ଅକ୍ସିଜେନ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି ।
![କୋଭିଡ କେୟାରରେ 65ଟି ଅକ୍ସିଜେନ ଯୁକ୍ତ ଶଯ୍ୟା ପ୍ରସ୍ତୁତ](https://etvbharatimages.akamaized.net/etvbharat/prod-images/od-boud-04-satya-covidcare-defort-od10020_02052021191610_0205f_1619963170_683.jpg)
ସେପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବରେ ମାନ୍ୟତା ପ୍ରଦାନ କରିଥିବାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନ ଓ ସାମ୍ବାଦିକ ଏହାକୁ ସ୍ବାଗତ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ