ETV Bharat / state

ବୌଦ୍ଧର 6ଟି ସ୍ଥାନ ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ 6 ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧ ସହରର 6ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 23, 2021, 7:27 AM IST

ବୌଦ୍ଧ: ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏହାସହିତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୁଣି ଚିହ୍ନଟ ହେଲେ 38 ନୂଆ କୋରୋନା ଆକ୍ରାନ୍ତ । ପୌରାଞ୍ଚଳର ବିଭିନ୍ନ ସ୍ଥାନରୁ 14ଟି ପଜିଟିଭ ଚିହ୍ନଟ ପରେ 6ଟି ସ୍ଥାନକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ।

ବୌଦ୍ଧ ସହରର 6ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା

ମାଡି ଚାଲିଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହର । ଗତ ସପ୍ତାହରେ ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା କୋଡିଏରୁ ଉପରେ ରହୁଥିବା ବେଳେ ଗୁରୁବାର ଏହା 38କୁ ବୃଦ୍ଧି ପାଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି । ବୌଦ୍ଧ ପୌରାଞ୍ଚଳରୁ ଗୋଟିଏ ଦିନରେ 14 ଜଣ ଆକ୍ରାନ୍ତ ଚିହ୍ନଟ ପରେ 6 ଟି ସ୍ଥାନକୁ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ଗୁରୁବାର କଣ୍ଟାମାଳ ବ୍ଲକରୁ 7 ଜଣ, ହରଭଙ୍ଗା ବ୍ଲକରୁ ପାଞ୍ଚ ଜଣ ଓ ବୌଦ୍ଧ ବ୍ଲକରୁ 9ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯୋଗୁଁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହ ସମସ୍ତଙ୍କୁ ଅଧିକ ସଚେତନ ରହିବାକୁ ଆହ୍ବାନ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.