ETV Bharat / state

ଭୂତ ଭୟରେ ଗାଁ ଛାଡିଲେ 6 ଆଦିବାସୀ ପରିବାର

author img

By

Published : Oct 2, 2019, 7:13 AM IST

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲପଡା ଗାଁରେ ଗ୍ରାମବାସୀଙ୍କ ମନରେ ଖେଳିଯାଇଛି ଭୂତ ଆତଙ୍କ । ବିଗତ କିଛିମାସ ତଳେ ଗାଁରେ ଲଗାତାର ମୃତ୍ୟୁ ଯୋଗୁଁ ଗାଁଲୋକେ ଆତଙ୍କିତ ହୋଇପଡିଲେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଭୂତ ଭୟରେ ଭିଟାମାଟି ଛାଡିଛନ୍ତି 6 ଗୋଟି ଆଦିବାସୀ ପରିବାର । ସଂଧ୍ୟା ହେଲେ ଗାଁରେ ନିସ୍ତବ୍ଧ ହୋଇ ଭୟ ଆତଙ୍କରେ ତାଟି କବାଟ ପଡିଯାଉଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲପଡା ଗାଁରେ ଗ୍ରାମବାସୀଙ୍କ ମନରେ ଖେଳିଯାଇଛି ଭୂତ ଆତଙ୍କ ।

ବିଗତ କିଛିମାସ ତଳେ ଗାଁରେ ଲଗାତାର ମୃତ୍ୟୁ ଯୋଗୁଁ ଗାଁଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଉ ଏହା ପଛରେ କୌଣସି ଭୂତପ୍ରେତର ସାୟା ଆଶଙ୍କା କରି ସଂଧ୍ୟା ହେଲେ କେହି କୁଆଡେ ବାହାରୁ ନାହାନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରୁ ଶେଷରେ ବାଧ୍ୟ ହୋଇ ଗାଁର 9 ଟି ପରିବାର ମଧ୍ୟରୁ 6 ଟି ପରିବାର ଗାଁ ଛାଡି ଅନନ୍ୟ ଜାଗାରେ ପାଲ ଟାଣି ବାସ କରୁଛନ୍ତି ।

ଏପଟେ କିନ୍ତୁ ଅସହାୟ ତଥା ଗରିବ ଆଦିବାସୀ ନିଜ ଭିଟାମାଟି ଥାଇ ସୁଦ୍ଧା ବେସାହାରା ଭଳି ଅନ୍ୟ ସ୍ଥାନରେ ବସବାସ କରୁଛନ୍ତି । ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରି ଏହି ଆଦିବାସୀ ପରିବାର ମାନଙ୍କୁ ଥଇଥାନ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଭୂତ ଭୟରେ ଭିଟାମାଟି ଛାଡିଛନ୍ତି ଆଦିବାସୀ ।ସଂଧ୍ୟା ହେଲେ ଗାଁରେ ନିସ୍ତବ୍ଧ ହୋଇ ତାଟି କବାଟ ପଡିଯାଉଛି ।ବିଶ୍ୱାସ ଓ ଅନ୍ଧବିଶ୍ୱାସର ଏହି କୁହେଳିକା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆମ ଈଟିଭି ଭାରତ ସମ୍ପୃକ୍ତ ଗାଁରେ ପହଞ୍ଚି ଥିଲା ।
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ କୁଲପଡା ଗାଁ ।ବିଗତ କିଛି ମାସ ତଳେ ଗାଁରେ ଲଗାତାର ମୃତ୍ୟୁ ଯୋଗୁଁ ଆତଙ୍କିତ ହୋଇପଡିଲେ ଗାଁ ଲୋକ ।ଆଉ ଏହା ପଛରେ କୌଣସି ଭୂତପ୍ରେତର ଶାୟା ଆଶଙ୍କା କରି ସଂଧ୍ୟା ହେଲେ ତାଟି ପଡିଲା ।ରାତିରେ ଗାଁରେ ସତେ ଯେପରି ଅଘୋଷିତ କର୍ଫ୍ୟୁ ଭଳି ଅଜଣା ଭୟ ରାଜୁତି ଚାଲିଲା ।ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବାରୁ ଶେଷରେ ବାଧ୍ୟ ହୋଇ ଗାଁର ନଟି ପରିବାର ମଧ୍ୟରୁ ଛଟି ପରିବାର ଗାଁ ଛାଡି ନିକଟସ୍ଥ ଦମାମୁଣ୍ଡା ଗାଁର ସରକାରୀ ଜାଗାରେ ଜରିପାଲ ଟାଣି ବାସକଲେ ।ମୁଣ୍ଡା ସଂପ୍ରଦାୟର ଏହି ଆଦିବାସୀ ଲୋକଙ୍କ ଏଭଳି ସ୍ଥିତିର କାରଣ ଜାଣିବା ପାଇଁ ଆମେ ଯେତେବେଳେ କୁଲପଡା ଗାଁରେ ପହଞ୍ଚିଲୁ ସେଠାରେ କିଛି ମଣିଷ ରହୁନଥିବା ଘର ସହ ତିନୋଟି ପରିବାର ବାସ କରୁଥିବା ଦେଖିବାକୁ ପାଇଲୁ ।ଏସମ୍ପର୍କରେ ଜଣାଗଲା ଯେ ଏଠାରେ କୌଣସି କାରଣରୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାଛଡା ପାରିବାରିକ କଳହରୁ ଏହି ଭୂତପ୍ରେତର ଭୟ ସୃଷ୍ଟି କରାଯାଇ ଥିଲା ।କ୍ୟାମେରା ଆଗରେ ନହେଲେ ମଧ୍ୟ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ହଇରାଣ ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରାଯାଇଥିବା କେତେକ ପରିବାର କହିଥିଲେ ।ଏପଟେ କିନ୍ତୁ ଅସହାୟ ତଥା ଗରିବ ଆଦିବାସୀ ନିଜ ଭିଟାମାଟି ଥାଇ ସୁଦ୍ଧା ବେସାହାରା ଭଳି ଅନ୍ୟ ସ୍ଥାନରେ ବସବାସ କରୁଛନ୍ତି ।ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରି ଏହି ଆଦିବାସୀ ପରିବାର ମାନଙ୍କୁ ଥଇଥାନ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ଭୂତପ୍ରେତର ଭୟରେ ଗାଁ ଛାଡିଛନ୍ତି ଛ ଗୋଟି ଆଦିବାସୀ ପରିବାର ।

Conclusion:ବାଇଟ-୧-ବୀର,ଭୂତ ଆତଙ୍କିତ ବ୍ୟକ୍ତି
ବାଇଟ-୨-କିଆ, ଭିଟାମାଟି ଛାଡିଥିବା ମହିଳା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.