ETV Bharat / state

ନେତାଙ୍କୁ ପାଞ୍ଚଟି ପ୍ରଶ୍ନ: କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ

ଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଲୋକସଭା, ବିଧାନସଭା ପ୍ରାର୍ଥୀ । ବିଧାୟକ ହେଲେ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ବାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖୁଛନ୍ତି ପ୍ରାର୍ଥୀ l ଏହି କ୍ରମରେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଦେଇଛନ୍ତି ଆମେ ଆଗାମୀ ନିର୍ବାଚନ ପାଇଁ ଆମେ ପଚାରିଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ।

author img

By

Published : Apr 3, 2019, 4:35 PM IST

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଲଢିବା ପାଇଁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇଲେଣି ରାଜନୈତିକ ଦଳର ପ୍ରାର୍ଥୀ । ଲୋକଙ୍କ ପାଖରେ ନିଜ ଯୋଜନା, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ତ୍ବରିତ କରିବାରେ ବ୍ୟସ୍ତ ଟିକେଟ ପାଇଥିବା ପ୍ରାର୍ଥୀ । ଏପରି ବ୍ୟସ୍ତତା ଭିତରେଇଟିଭିର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ଲୋକସଭା, ବିଧାନସଭା ପ୍ରାର୍ଥୀ । ବିଧାୟକ ହେଲେ କଣ ସବୁ କରିବେ, କେଉଁ ସମସ୍ୟାର ସମାଧାନ କରିବେ ତଥା ଅଞ୍ଚଳବାସୀଙ୍କ ସ୍ବାର୍ଥ, ହିତସାଧନ ପାଇଁ କେଉଁ ପଦକ୍ଷେପ ନେବେ ସେ ନେଇ ନିଜ ମତ ରଖୁଛନ୍ତି ପ୍ରାର୍ଥୀ l ଏହି କ୍ରମରେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଦେଇଛନ୍ତି ଆମେ ଆଗାମୀ ନିର୍ବାଚନ ପାଇଁ ଆମେ ପଚାରିଥିବା ପାଞ୍ଚଟି ପ୍ରଶ୍ନର ଉତ୍ତର ।

ଅଧିକ ପଢନ୍ତୁ: ଜିତିବା କିମ୍ବା ହାରିବା ଲୋକଙ୍କ ହାତରେ : ଅନନ୍ତ ଦାସ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ଛ'ଜଣ ପ୍ରାର୍ଥୀ । ଏଠାରେ ବିଜେଡି ଦୁଇ ଥର ହେଲା ଆସନକୁ ଦଖଲ କରି ରଖିଥିବା ବେଳେ ଚଳିତ ନିର୍ବାଚନରେ କିନ୍ତୁ ଚିତ୍ର ଟିକିଏ ଭିନ୍ନ ରହିଛି । ଏଠାରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ବୌଦ୍ଧର ବରିଷ୍ଠ ରାଜନେତା କହ୍ନେଇ ଚରଣ ଡାଙ୍ଗଙ୍କ ଯଥେଷ୍ଟ ପ୍ରଭାବ ରହିଥିବା ବେଳେ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀ ଶେଷଦେବ ମେହେର ଓ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ ପୁରା ନିର୍ବାଚନ ଫଳାଫଳକୁ ଓଲଟପାଲଟ କରିବାର କ୍ଷମତା ରଖିଛନ୍ତି ବୋଲି ଚର୍ଚ୍ଚା।

ଭିଡିଓ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ

କଣ୍ଟାମାଳ ଆସନ ଗତ ଦୁଇ ଥର ହେଲା ବିଜେଡି ଦଖଲରେ ରହିଥିଲେ ମଧ୍ୟ ଚଳିତ ନିର୍ବାଚନରେ ମୋଦି ଓ ବିଜେପିଲହରରେ କର୍ମୀ ଓ ନେତାଙ୍କୁ ଯଥେଷ୍ଟ ଉତ୍ସାହିତ କରିଛି । ଆମେ ପଚାରିଥିବା ପାଞ୍ଚଟି ପ୍ରଶ୍ନର ଉତ୍ତରରେ କଣ୍ଟାମାଳର ମୌଳିକ ଅସୁବିଧାକୁ ପ୍ରାଧାନ୍ୟ ଦେବା ସହ ଲୋକଙ୍କ ସହିତ ରହି ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରିବେ ବୋଲି କହିଛନ୍ତି । ଏଥିସହିତ ଶାସକ ଦଳ ବିଧାୟକ ପାଣ୍ଠିର ବ୍ୟାପକ ଦୁରୁପଯୋଗ କରୁଥିବା ଅଭିଯୋଗ କରିଛନ୍ତି । ମୋଦିଙ୍କ 'ସବକା ସାଥ ସବକା ବିକାଶ' ନାରାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ଯୋଜନା ରଖିଛନ୍ତି ବୋଲି କହିଛନ୍ତି କହ୍ନେଇ ଚରଣ ଡାଙ୍ଗ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.