ETV Bharat / state

4 ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଶିଶୁ, ପ୍ରଶଂସା କଲେ ଜିଲ୍ଲାପାଳ

ଦୀର୍ଘ 4ଘଣ୍ଟା ପଥର ସନ୍ଧିରେ ଫସି ରହିବା ପରେ ଜନସାଧାରଣ ଓ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର ହେଲା ଦଶ ବର୍ଷର ବାଳକ । ଜିଲ୍ଲାପାଳ ସମସ୍ତ ଉଦ୍ଧାରକାରୀଙ୍କୁ କରିଲେ ଭୂରି ପ୍ରଶଂସା ।

4ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଶିଶୁ, ଅଗ୍ନିଶମ ଓ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କଲେ ଜିଲ୍ଲାପାଳ

author img

By

Published : Sep 3, 2020, 10:55 AM IST

ବୌଦ୍ଧ: ଦୀର୍ଘ 4ଘଣ୍ଟା ପଥର ସନ୍ଧିରେ ଫସି ରହିବା ପରେ ଶେଷରେ ଜନସାଧାରଣ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହେଲା ଦଶ ବର୍ଷର ବାଳକ । ଜିଲ୍ଲାପାଳ ଉଦ୍ଧାରକାରୀ ସମସ୍ତ ଲୋକ ଓ ସରକାରୀ କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଛନ୍ତି ।

4ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଶିଶୁ, ଅଗ୍ନିଶମ ଓ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କଲେ ଜିଲ୍ଲାପାଳ

କଥାରେ ଅଛି ରଖେ ହରି ତ ମାରେ କିଏ ? ଆଜି ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୁରୁବୁଡା ଗ୍ରାମର ପଞ୍ଚମ ଶ୍ରେଣୀ ଛାତ୍ର ନିଳମଣି ନିକଟସ୍ଥ ଲକ୍ଷ୍ମୀ ନାଳରେ ଗାଧୋଇବା ସମୟରେ ପାହାଡି ଝରଣାର ପ୍ରଖର ସ୍ରୋତରେ ଭାସିଯାଇ ଆଗରେ ଏକ ପଥର ଖୋଲରେ ଫସିଯାଇ ଥିଲେ । ତେବେ ପଥର ସନ୍ଧିରେ ଫସି ଯାଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ପହଞ୍ଚି ବିଫଳ ହୋଇଥିଲେ ।

ଘଟଣା ସମ୍ପର୍କରେ ଚାରିଛକ ଅଗ୍ନିଶମ ବିଭାଗ ଖବର ପାଇ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଳମଣିଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ଶିଶୁଟି ପାଇଁ ସ୍ଥାନୀୟ ଲୋକଙ୍କ ଏକତାଭାବର ଶକ୍ତି ଆଗରେ ପ୍ରଖର ସ୍ରୋତ ମଧ୍ୟ ହାର ମାନିଥିଲା । ଶିଶୁଟିକୁ ଉଦ୍ଧାର ପାଇଁ ହରଭଙ୍ଗା ବିଡିଓ, ତହସିଲଦାର ଓ ଆହୁରି ଅନେକ ଲୋକ ପହଞ୍ଚି ଯାଇଥିଲେ । ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମକୁ ବୌଦ୍ଧ ଜିଲ୍ଲାପାଳ ଭୁରି ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.