ETV Bharat / state

କିଡନୀ ରୋଗରେ ଛଟପଟ ସାନିଆ - କିଡନୀ ସମସ୍ୟା

4 ବର୍ଷର ଶିଶୁକନ୍ୟା କିଡନୀ ରୋଗରେ ଆକ୍ରାନ୍ତ । ଝିଅର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବଶ୍ବାନ୍ତ ହୋଇପଡିଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 8, 2019, 11:14 AM IST

ବୌଦ୍ଧ: କଅଁଳ ବୟସରେ ବିରଳ ରୋଗ । ଯେଉଁ ବୟସରେ ହସଖୁସିରେ ଖେଳିବା କଥା ସେହି ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛି ବୌଦ୍ଧ କିର୍ଲା ଗାଁ ର ସାନିଆ । ଅର୍ଥାଭାବରୁ ଆଶା ଶୂନ୍ୟ ହୋଇ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପରିବାର ଲୋକେ ।

ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ କିର୍ଲା ଗ୍ରାମର ବୃନ୍ଦାବନଙ୍କ ପ୍ରଥମ କନ୍ୟା ସନ୍ତାନ ଭାବେ 4 ବର୍ଷ ତଳେ ଜନ୍ମ ଗ୍ରହଣ କରିଥିଲା ସାନିଆ । ସାନିଆ ଦେଢ ବର୍ଷର ଥିବାବେଳେ ବାରମ୍ବାର ତାର ଦେହ ଖରାପ ହେବାରୁ ଡାକ୍ତରଖାନାରେ ପରୀକ୍ଷା ପରେ କିଡନୀ ସମସ୍ୟା ଥିବା ଜଣାପଡିଥିଲା । ବାସ ତା ପରଠାରୁ ଆଜକୁ ପ୍ରାୟ ଅଢେଇ ବର୍ଷ ହେଲା ସାନିଆ କୁ ନେଇ ପରିବାର ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବଶ୍ବାନ୍ତ ହୋଇ ଗଲେଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ସାନିଆଙ୍କ ବାପାଙ୍କ କହିବାନୁଯାୟୀ କଟକ ବଡ ଡାକ୍ତରଖାନାରେ ପାଖାପାଖି 25 ଥର ସାନିଆକୁ ଚିକିତ୍ସିତ କରାଯାଇଛି । ଆଉ ଏବେ ସାନିଆ ର ଦୁଇଟି ଯାକ କିଡନୀ ଫେଲ ହୋଇସାରି ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସାନିଆ ର ପେଟ ଓ ଗୁପ୍ତ ଅଙ୍ଗ ମଧ୍ୟ ବେଶ ଅସ୍ବାଭାବିକ ବୃଦ୍ଧି ପାଉ ଥିବାରୁ ସେ ଯନ୍ତ୍ରଣା ରେ ଛଟପଟ ହେବାସହ କୌଣସି ପ୍ରକାର କଥାବାର୍ତ୍ତା କରି ପାରୁ ନାହିଁ । ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ଥିବାରୁ ବୌଦ୍ଧ ଡାକ୍ତର ତାକୁ ବୁର୍ଲା କିମ୍ବା କଟକ ନେବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଅର୍ଥାଭାବରୁ ବୃନ୍ଦାବନ ଏବେ ନିରୂପାୟ । ତେଣୁ ଇଟିଭି ଭାରତ ମାଧ୍ୟମରେ ସେ ସରକାରଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଛୋଟ ବୟସରେ ବଡ କଷ୍ଟ । ଯେଉଁ ବୟସରେ ହସଖୁସିରେ କୁନି କୁନି ପାଦରେ ଚାଲି ଶିଖିବା କଥା ସେହି ବୟସରେ ଯନ୍ତ୍ରଣା ରେ ଛଟପଟ କଅଁଳ ନିଷ୍ପାପ ଶିଶୁ କନ୍ୟା ।ଦୁନିଆ କଣ ଜାଣିବା ପୂର୍ବରୁ ଖାଲି ଦୁଃଖ ଆଉ ଯନ୍ତ୍ରଣା ରେ ଆଉଟୁପାଉଟୁ ଜୀବନ ।
ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତ ଅନ୍ତର୍ଗତ କିର୍ଲା ଗ୍ରାମର ବୃନ୍ଦାବନ ଙ୍କ ପ୍ରଥମ କନ୍ୟା ସନ୍ତାନ ଭାବେ ଚାରି ବର୍ଷ ତଳେ ଜନ୍ମ ଗ୍ରହଣ କରିଥିଲା ସାନିଆ ।ଘରକୁ ଲକ୍ଷ୍ମୀ ଆସିଲେ ବୋଲି କେତେ ଆନନ୍ଦ ଉତ୍ସବ ପରିବାର ଲୋକେ ପାଳନ କଲେ ।ହେଲେ ବିଧିର ବିଧାନ ଭିନ୍ନ ଥିଲା ।ସାନିଆ କୁ ଦେଢ ବର୍ଷ ହୋଇଥିଲା ବେଳେ ବାରମ୍ବାର ତାର ଦେହ ଖରାପ ହେବାରୁ ଡାକ୍ତରଖାନାରେ ପରୀକ୍ଷା ପରେ କିଡନୀ ସମସ୍ୟା ଥିବା ଜଣାପଡିଲା ।ବାସ ତାପରଠାରୁ ଆଜକୁ ପ୍ରାୟ ଅଢେଇ ବର୍ଷ ହେଲା ସାନିଆ କୁ ନେଇ ପରିବାର ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ସର୍ବସ୍ବାନ୍ତ ହୋଇସାରିଲେଣି । କଟକ ବଡ ଡାକ୍ତରଖାନା ରେ ଅନ୍ୟୁନ୍ୟ ପଚିଶ ଥର ସାନିଆ କୁ ଚିକିତ୍ସିତ କରାଯାଇଥିବା ତାର ବାପା କହନ୍ତି । ଆଉ ଏବେ ସାନିଆ ର ଦୁଇଟି ଯାକ କିଡନୀ ଫେଲ ହୋଇସାରି ଅତ୍ୟନ୍ତ ବିପଦଜନକ ସ୍ଥିତିରେ ପହଞ୍ଚିଲାଣି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।ସାନିଆ ର ପେଟ ଓ ଗୁପ୍ତ ଅଙ୍ଗ ମଧ୍ୟ ବେଶ ଅସ୍ବାଭାବିକ ବୃଦ୍ଧି ପାଉ ଥିବାରୁ ସେ ଯନ୍ତ୍ରଣା ରେ ଛଟପଟ ହେବାସହ କୌଣସି ପ୍ରକାର କଥାବାର୍ତ୍ତା କରି ପାରୁ ନାହିଁ ।ଶିଶୁ କନ୍ୟା ଟିର ଅବସ୍ଥା ଗୁରୁତର ଥିବାରୁ ବୌଦ୍ଧ ଡାକ୍ତର ତାକୁ ବୁର୍ଲା କିମ୍ବା କଟକ ନେବାକୁ ପରାମର୍ଶ ଦେଇଛନ୍ତି ।କିନ୍ତୁ ଅର୍ଥାଭାବରୁ ଆଶାଶୂନ୍ୟ ହୋଇପଡିଛନ୍ତି ବୃନ୍ଦାବନ ।ଈଟିଭି ଭାରତ ମାଧ୍ୟମରେ ସେ ସରକାରଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

Body:ଦୁଃଖ ଓ ଯନ୍ତ୍ରଣା ରେ ଛଟପଟ କୁନି ଝିଅ ସାନିଆ ।

Conclusion:ବାଇଟ-୧-ବୃନ୍ଦାବନ କୁଦେଇ,ସାନିଆ ର ପିତା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.