ETV Bharat / state

ସମସ୍ୟା ଘେରରେ କଲେଜ, 42ବର୍ଷ ପରେ ବି ମିଳିନି ସରକାରୀ ମାନ୍ୟତା - ସରକାରୀ ମାନ୍ୟତା

ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ । ହେଲେ ନାନା ସମସ୍ୟା ଲାଗି ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ
author img

By

Published : Jul 31, 2019, 11:31 PM IST

ବୌଦ୍ଧ: ମହାବିଦ୍ୟାଳୟର ୪୨ ବର୍ଷ ପ୍ରତିଷ୍ଠା ଦିବସରେ କଲେଜରେ ନାନା ସମସ୍ୟା ନେଇ ପ୍ରଶ୍ନ ଉଠାଇଲେ ଛାତ୍ରଛାତ୍ରୀ । ବୌଦ୍ଧ ଜିଲ୍ଲାର ସର୍ବପୁରାତନ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏଭଳି ଅଭିଯୋଗ ପରେ କଲେଜର ଅଧ୍ୟକ୍ଷ ଏହାକୁ ସ୍ବୀକାର କରିବା ସହ ଅତିଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

୧୯୭୮ ମସିହାରେ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲେ ମଧ୍ୟ ଏଯାଁଏ ଏହାକୁ ସରକାରୀ ମାନ୍ୟତା ମିଳିନାହିଁ । ଏହାଛଡା ନାନା ସମସ୍ୟା ଲାଗି ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ପରିସ୍ଥିତି ଏପରି ଯେ, ଖୋଦ ଶିକ୍ଷାନୁଷ୍ଠାନର ଅଫିସ ଗୃହ ଏହାର ଛାତ୍ରୀ ନିବାସରେ କାର୍ଯ୍ୟ କରୁଛି । ଏହାଛଡ଼ା ଏହାର ଲାଇବ୍ରେରୀ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ, ପାନୀୟ ଜଳ, ରିଡିଂରୁମ ଭଳି ଅନେକ ସମସ୍ୟା ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ମହାବିଦ୍ୟାଳୟର ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଯୋଗଦେଇ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟପଟେ କିନ୍ତୁ ମହାବିଦ୍ୟାଳୟରେ ଅନେକ ସମସ୍ୟା ଲାଗିରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମହାବିଦ୍ୟାଳୟ କୁ ୪୧ ବର୍ଷ ପୁରି ୪୨ ବର୍ଷ ହେଲା ।ହେଲେ ସମସ୍ୟା ସୁଧୁରିବାର ନା ନେଉନି ।ଫଳରେ ଏନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।ଆଉ ସମସ୍ୟାକୁ ନିଜେ ଅଧ୍ୟକ୍ଷ ସ୍ବୀକାର କରିବା ସହ ଅତିଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ।ବୁଧବାର କଲେଜର୪୨ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ ଯୋଗ ଦେଇ ଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।କିନ୍ତୁ ମହାବିଦ୍ୟାଳୟରେ ଅନେକ ସମସ୍ୟା ଲାଗିରହିଛି ।
ବୌଦ୍ଧ ଜିଲ୍ଲାର ସର୍ବପୁରାତନ ମହାବିଦ୍ୟାଳୟ ବୌଦ୍ଧ ସ୍ଥିତ ପଞ୍ଚାୟତ ମହାବିଦ୍ୟାଳୟ ୧୯୭୮ ମସିହାରେ ସ୍ଥାପିତ ହୋଇଥିଲା ।କିନ୍ତୁ ଆଜି ଯାଏ ଶିକ୍ଷାନୁଷ୍ଠାନ ଟି ସରକାରୀ ମାନ୍ୟତା ପାଇଲା ନାହିଁ । ଏହାଛଡା କଲେଜରେ ନାନା ସମସ୍ୟା ଲାଗି ରହିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ।ପରିସ୍ଥିତି ଏପରି ଯେ ଖୋଦ ଶିକ୍ଷାନୁଷ୍ଠାନ ର ଅଫିସ ଗୃହ ଏହାର ଛାତ୍ରୀ ନିବାସରେ କାର୍ଯ୍ୟ କରୁଛି ।ଏହାଛଡ଼ା ଛାତ୍ର ନିବାସ ମଧ୍ୟ ଦୀର୍ଘ ଦିନରୁ ନିର୍ମାଣ ସରିଥିଲେ ସୁଦ୍ଧା କାର୍ଯ୍ୟ କ୍ଷମ ହୋଇପାରୁ ନାହିଁ ।ଏହାଛଡ଼ା ଏହାର ଲାଇବ୍ରେରୀ, ଶୌଚାଳୟ, ସାଇକେଲ ଷ୍ଟାଣ୍ଡ, ପାନୀୟ ଜଳ, ରିଡିଂରୁମ ଭଳି ଅନେକ ସମସ୍ୟା ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।ଏସମ୍ପର୍କରେ କଲେଜ ଅଧ୍ୟକ୍ଷ ଅବଗତ ରହିବା ସହ ଏସବୁ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ।

Body:ସମସ୍ୟା ଘେରରେ ରହିଥିବା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପାଳିଲା ବୟାଳିଶ ତମ ପ୍ରତିଷ୍ଠା ଦିବସ ।

Conclusion:ବାଇଟ-୧-ରବିତା ମହାକୁଳ, ଛାତ୍ରୀ
ବାଇଟ-୨-ଦେବାଶିଷ ପ୍ରଧାନ, ଛାତ୍ର
ବାଇଟ-୩-ପ୍ରଶାନ୍ତ କୁମାର ମହାପାତ୍ର, କଲେଜ ଅଧ୍ୟକ୍ଷ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.