ETV Bharat / state

ଜାଲ ଓଟିଇଟି ସାର୍ଟିଫିକେଟ ମାମଲାରେ ତଡା ଖାଇଲେ 40 ଶିକ୍ଷକ

author img

By

Published : Jan 21, 2021, 10:32 PM IST

ଜାଲ ଓଟିଇଟି ସାର୍ଟିଫିକେଟ ମାମଲାରେ 40 ଶିକ୍ଷକ ବହିଷ୍କୃତ । ଅଧିକ ପଢନ୍ତୁ.....

ଜାଲ ଓଟିଇଟି ସାର୍ଟିଫିକେଟ ମାମଲାରେ ତଡା ଖାଇଲେ 40 ଶିକ୍ଷକ
ଜାଲ ଓଟିଇଟି ସାର୍ଟିଫିକେଟ ମାମଲାରେ ତଡା ଖାଇଲେ 40 ଶିକ୍ଷକ

ବୌଦ୍ଧ: ଜାଲ ଓଟିଇଟି ସାର୍ଟିଫିକେଟ ମାମଲାରେ ଜିଲ୍ଲା ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନକଲି ଓଟିଇଟି ସାର୍ଟିଫିକେଟ ଦେଇ ଶହେରୁ ଊର୍ଦ୍ଧ୍ବ ଗଣ ଶିକ୍ଷକ ନିୟମିତ ପାଇଁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନ ଏଭଳି 40 ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛି ।

ତେବେ ଏଭଳି ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକଙ୍କ ସଂଖ୍ୟା ଆହୁରି ଅଧିକ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ପ୍ରାଥମିକ ଶିକ୍ଷକଙ୍କ ଭଳି କିଛି ନିର୍ଦ୍ଦିଷ୍ଟ ଅଙ୍ଗନବାଡିକର୍ମୀ ଓ ସୁପରଭାଇଜର ନିଯୁକ୍ତିରେ ମଧ୍ୟ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି । ତେବେ ଧରାପଡୁଥିବା ଏଭଳି ନକଲି କର୍ମଚାରୀଙ୍କ ଦରମା ଫେରସ୍ତ ସହିତ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ ପାଇଁ ଦାବି ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଆଗାମୀ ଦିନରେ ଆହୁରି କିଛି ନକଲି ଶିକ୍ଷକଙ୍କ ବିରୋଧରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.