ETV Bharat / state

ବୌଦ୍ଧର 40 ନକଲି ଶିକ୍ଷକ ବହିଷ୍କାର - ନକଲି ଶିକ୍ଷକ ବୋଦ୍ଧ

ବୌଦ୍ଧରେ 40 ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର କରାଯାଇ ଥିବାବେଳେ 9 ଜଣଙ୍କୁ ନୋଟିସ ଜାରି କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧର 40 ନକଲି ଶିକ୍ଷକ ବହିଷ୍କାର
ବୌଦ୍ଧର 40 ନକଲି ଶିକ୍ଷକ ବହିଷ୍କାର
author img

By

Published : May 13, 2021, 7:51 AM IST

ବୌଦ୍ଧ:ଶିକ୍ଷା ବିଭାଗର ଦୁର୍ନୀତି ମାମଲା ଶେଷରେ ଥାନା ଓ କୋର୍ଟରେ ପହଞ୍ଚିଛି । ଜିଲ୍ଲାରେ ନକଲି ଓଟିଇଟି ସାର୍ଟିଫିକେଟ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗର ବିଭିନ୍ନ ଅନୁଦାନକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ପରେ 40 ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର ।

ବୌଦ୍ଧର 40 ନକଲି ଶିକ୍ଷକ ବହିଷ୍କାର
ଦୁର୍ନୀତିରେ ବୁଡିଛି ଜିଲ୍ଲା ଶିକ୍ଷା ବିଭାଗ । ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗର କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁଁ ଜିଲ୍ଲାରେ ନକଲି ଓଟିଇଟି ସାର୍ଟିଫିକେଟ ଭଳି ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟ ବେଧଡକ ଚାଲିଥିଲା । ତେବେ ଗଣମାଧ୍ୟମରେ ବାରମ୍ବାର ଏନେଇ ଖବର ପ୍ରକାଶ ପରେ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ 40 ଜଣ ନକଲି ଶିକ୍ଷକଙ୍କୁ ବହିଷ୍କାର କରି ପରେ ପୁଣି ଆଉ 9 ଜଣଙ୍କୁ ନୋଟିସ ଜାରି କରିଛନ୍ତି । ଜିଲ୍ଲାର ଶିକ୍ଷା ବିଭାଗରେ ବାରମ୍ବାର ବିଭିନ୍ନ ଅନିୟମିତତା ଠୁ ଆରମ୍ଭ କରି ଶିକ୍ଷକ ବଦଳି ଓ ଅନୁଦାନ ଅର୍ଥ ଦୁର୍ନୀତି ଭଳି ଅଭିଯୋଗ ହୋଇଆସିଛି । ଶିକ୍ଷା ବିଭାଗର ବିଭିନ୍ନ ଦୁର୍ନୀତି ମାମଲା ଶେଷରେ ବୌଦ୍ଧ ଥାନାରେ ଓ କୋର୍ଟରେ ପହଞ୍ଚିବା ବିଷୟ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ବୁଦ୍ଧିଜୀବୀ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.