ETV Bharat / state

ପାଦରେ ଚାଲି ଚାଲି ୩ ବନ୍ଧୁଙ୍କ ସଚେତନତା ଯାତ୍ରା, ବୌଦ୍ଧ କୀର୍ତ୍ତିରାଜିକୁ କଲେ ପ୍ରଶଂସା - ଚାଲି ଚାଲି ଲୋକଙ୍କୁ ସଚେତନ

'ସୁସ୍ଥ ଶରୀର, ସୁସ୍ଥ ପରିବେଶ' ସହିତ ବିଭିନ୍ନ ସଚେତନତାର ବାର୍ତ୍ତା ପାଇଁ ସାରା ଭାରତ ଭ୍ରମଣରେ ୩ ବନ୍ଧୁ । ପାଦରେ ଚାଲି ଚାଲି ଲୋକଙ୍କୁ ସଚେତନ କରାଉଛନ୍ତି । ଅଧିକ ପଢନ୍ତୁ...

ପାଦରେ ଚାଲି ଚାଲି ଲୋକଙ୍କୁ ସଚେତନ କରୁଛନ୍ତି ୩ ବନ୍ଧୁ

author img

By

Published : Oct 26, 2021, 4:10 PM IST

ବୌଦ୍ଧ: ତିନି ଯୁବ ବନ୍ଧୁଙ୍କ ଅଭିନବ ପ୍ରୟାସ । ପାଦରେ ଚାଲି ଚାଲି ସାରା ଭାରତରେ ସଚେତନତାର ବାର୍ତ୍ତା ପାଇଁ ଛତିଶଗଡ଼ର ରାୟପୁର ଠାରୁ ତିନି ଜଣ ଯୁବକ ଯାତ୍ରା ଆରମ୍ଭ କରିଛନ୍ତି ।

ପାଦରେ ଚାଲି ଚାଲି ଲୋକଙ୍କୁ ସଚେତନ କରୁଛନ୍ତି ୩ ବନ୍ଧୁ

'ସୁସ୍ଥ ଶରୀର, ସୁସ୍ଥ ପରିବେଶ'ର ଆହ୍ବାନ ଦେଇ ରାୟପୁରର ଅଜିତେଶ ଶର୍ମା, ଅମିତ ପାଶଓ୍ବାନ ଓ ସୌରଭ ଦେବାଙ୍ଗନ ସାରା ଦେଶକୁ ଚାଲି ଚାଲି ବୁଲିବା ଆରମ୍ଭ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଏହିକ୍ରମରେ ଯାତ୍ରାର 18, 19, 20 ତମ ଦିନ ଏମାନେ ବୌଦ୍ଧ ଜିଲ୍ଲାରେ ଅତିବାହିତ କରିଥିଲେ । ଛୋଟ ଛୋଟ କାର୍ଯ୍ୟ ପାଇଁ ମୋଟର ସାଇକେଲ ବ୍ୟବହାର ନକରିବାକୁ ଏମାନେ ଆହ୍ବାନ ଦେବା ସହ ଏହା ଦ୍ବାରା ପରିବେଶ ମଧ୍ୟ ସୁରକ୍ଷିତ ରହିପାରିବ ବୋଲି ଲୋକଙ୍କୁ ସଚେତନ କରାଇଛନ୍ତି ।

ବୌଦ୍ଧ ଜିଲ୍ଲାର ପ୍ରାଚୀନ ଜଗନ୍ନାଥ ସଡକ ଦେଇ ଯାଉଥିବା ଏହି ତିନି ଯୁବକ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟପୂର୍ଣ୍ଣ ସ୍ଥାନର ଖୁବ ପ୍ରଶଂସା କରିଛନ୍ତି । ବୌଦ୍ଧରେ ଏହି ଯୁବକମାନେ ପହଞ୍ଚିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏମାନଙ୍କୁ ସ୍ବାଗତ କରିବା ସହ ଏଭଳି ଅଭିନବ ପଦକ୍ଷେପ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.