ETV Bharat / state

ବାଇକ ଡିକିରୁ ଲୁଟି ନେଲେ 2ଲକ୍ଷ 30ହଜାର - boudh loot news

ବାଇକ ଡିିକିରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟ । ବୌଦ୍ଧ ସଦର ମହକୁମାରେ ଥିବା ବ୍ୟାଙ୍କ ଅଫ ବରୋଦାରୁ ଟଙ୍କା ବାହାର କରି ଡିକିରେ ରଖିଥିଲେ । ଅଧିକ ପଢନ୍ତୁ...

2lakhs30thousand-loot-from-bike-dikee-in-boudha
ବାଇକ ଡିକିରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟ
author img

By

Published : Feb 6, 2020, 10:46 PM IST

ବୌଦ୍ଧ: ବାଇକ ଡିକିରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟ । ଜଣେ ଯୁବକଙ୍କ ବାଇକ ଡିକିରୁ ଟଙ୍କା ଲୁଟ ହୋଇଥିବା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି । ବୌଦ୍ଧ ସଦର ମହକୁମାରେ ଥିବା ବ୍ୟାଙ୍କ ଅଫ ବରୋଦାରୁ ଟଙ୍କା ବାହାର କରି ଡିକିରେ ରଖି ଫେରିବା ବାଟରେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଥାନା ଅନ୍ତର୍ଗତ କଣ୍ଠା ଗ୍ରାମର ପଞ୍ଚାନନ ସାହୁ ବୌଦ୍ଧ ସ୍ଥିତ ବ୍ୟାଙ୍କ ଅଫ ବରୋଦାରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଏକ ବ୍ୟାଗରେ ଭରି ନିଜ ବାଇକ ଡିକିରେ ରଖିଥିଲେ । ନିକଟସ୍ଥ ଏକ ଘଡି ଦୋକାନରୁ ଫେରିବା ସମୟରେ ତାଙ୍କ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଉକ୍ତ ଟଙ୍କାକୁ ଲୁଟ କରିଥିଲେ । ଏ ନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଟଙ୍କା ସହିତ ଆଉ କିଛି ଚେକ ମଧ୍ୟ ଥିଲା ବୋଲି ପଞ୍ଚାନନ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଦୁଇ ଜଣ ଯୁବକକୁ ସନ୍ଦେହରେ ଥାନାରେ ଅଟକ ରଖାଯାଇଛି । ତେବେ ଘଟଣାର ସତ୍ୟତା କେତେ ଦୂର ତଥା କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ବାଇକ ଡିକିରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟ ଅଭିଯୋଗ ।
ବୌଦ୍ଧ ର ଜଣେ ଯୁବକ ଙ୍କ ବାଇକ ଡିକିରୁ ଟଙ୍କା ଲୁଟ ହୋଇଥିବା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ବୌଦ୍ଧ ସଦର ମହକୁମାରେ ଥିବା ବ୍ୟାଙ୍କ ଅଫ ବରୋଦାରୁ ଟଙ୍କା ବାହାର କରି ଡିକିରେ ରଖି ଫେରିବା ବାଟରେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ମୁତାବକ ବାଉଁଶୁଣୀ ଥାନା ଅନ୍ତର୍ଗତ କଣ୍ଠା ଗ୍ରାମର ପଞ୍ଚାନନ ସାହୁ ବୌଦ୍ଧ ସ୍ଥିତ ବ୍ୟାଙ୍କ ଅଫ ବରୋଦାରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କାର ଚେକ ଭଙ୍ଗାଇ ଉକ୍ତ ଟଙ୍କା କୁ ଏକ ବ୍ୟିଗରେ ଭରି ନିଜ ବାଇକ ଡିକିରେ ରଖି ନିକଟସ୍ଥ ଏକ ଘଡି ଦୋକାନ ରୁ ଫେରିବା ସମୟରେ ତାଙ୍କ ଡିକି ଭାଙ୍ଗି କେହି ଦୂବୃତ୍ତ ଉକ୍ତ ଟଙ୍କା କୁ ଲୁଟ କରିଥିବା ସେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଉକ୍ତ ଟଙ୍କା ସହିତ ଆଉ କିଛି ମଧ୍ୟ ଚେକ ଥିଲା ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ।ଏ ସମ୍ପର୍କରେ ଦୁଇ ଜଣ ଯୁବକକୁ ସନ୍ଦେହ ରେ ଥାନାରେ ଅଟକ ରଖାଯାଇଛି ।ତେବେ ଘଟଣାର ସତ୍ୟତା କେତେ ଦୂର ତଥା କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ବୌଦ୍ଧ ପୋଲିସ ।

Body:ବାଇକ ଡିକିରୁ ଦୁଇ ଲକ୍ଷ ତିରିଶ ହଜାର ଟଙ୍କା ଲୁଟ ଅଭିଯୋଗ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.