ETV Bharat / state

ଘୋଷଯାତ୍ରା ନିମନ୍ତେ ଶ୍ରୀକ୍ଷେତ୍ରକୁ ପଠାଗଲା 27 ଗୋଟି ଧଉରା କାଠ - ghosyatra

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ବୌଦ୍ଧରୁ 27 ଗୋଟି ଧଉରା କାଠ ଶ୍ରୀକ୍ଷେତ୍ର ପୁରୀ ପଠାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : May 6, 2019, 1:58 PM IST

ବୌଦ୍ଧ: ଶ୍ରୀ ଜଗନ୍ନାଥଙ୍କ ଆଦି ପୀଠ ଭାବରେ ପରିଚିତ ବୌଦ୍ଧ ଜିଲ୍ଲା । ଏଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କୀୟ ଅନେକ ଲୋକକଥା ଓ କିମ୍ବଦନ୍ତୀ ପ୍ରଚଳିତ । ବୈଷ୍ଣବ ସଂସ୍କୃତିର ଏହି ପବିତ୍ର ଅଞ୍ଚଳର ଅନେକ ସ୍ଥାନରେ ସୃଷ୍ଟି କରାଯାଇଛି ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଘୋଷ ଯାତ୍ରା ନିମନ୍ତେ ଏହି ସ୍ଥାନରୁ 27 ଗୋଟି ଧଉରା କାଠ ଶ୍ରୀକ୍ଷେତ୍ର ପୁରୀ ପଠାଯାଇଛି । ସମୁଦାୟ ୪୩ ଗୋଟି ବିରାଟ ଗଣ୍ଡିକୁ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ପୁରୀ ପଠାଯାଇଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାର ରଥ ନିମନ୍ତେ ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ରବିବାର ରଥ କାଠ ପୁରୀ ପଠାଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜର ବାହାବଳଖୋଲ ଓ ସୁବର୍ଣ୍ଣଗିରି ସଂରକ୍ଷିତ ଜଙ୍ଗଲରୁ ୨୭ ଗୋଟି ଧଉରା କାଠ ତଥା ମାଳତୀ ଗୋଛାପଡା ଗ୍ରାମ୍ୟ ଜଙ୍ଗଲରୁ ୧୬ ଖଣ୍ଡ ଫାସୀ କାଠ ଚିହ୍ନଟ ପରେ କଟାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରି ଶ୍ରୀକ୍ଷେତ୍ର ପୁରୀକୁ ପଠାଯାଇଛି ।

କାର୍ଯ୍ୟକ୍ରମରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭ ମନାସିଥିଲେ । କାର୍ଯ୍ୟକ୍ରମକୁ ମନମୁଣ୍ଡା ରେଞ୍ଜର ସରୋଜ ମିଶ୍ର , ଏସିଏଫ ଦିଲ୍ଲୀପ ସିଂ, ବନପାଳ ଅଜିତ ଆଚାର୍ଯ୍ୟ, ଦେବକାନ୍ତ ବେହେରା, ରବୀନ୍ଦ୍ର କୁମ୍ଭାର, ବୃକ୍ଷ ପ୍ରେମୀ ସୁଶାନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରଥକାଠ ନେଇ ଗାଡି ଶ୍ରୀକ୍ଷେତ୍ର ବାହାରିଲା ସମୟରେ ସ୍ଥାନୀୟ ଲୋକେ ଆନନ୍ଦରେ ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ଦେଇ ବିଦାୟ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ଭାବରେ ପରିଚିତ ବୌଦ୍ଧ ଜିଲ୍ଲା । ଏଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କୀୟ ଅନେକ ଲୋକକଥା ଓ କିମ୍ବଦନ୍ତୀ ପ୍ରଚଳିତ । ବୈଷ୍ଣବ ସଂସ୍କୃତି ର ଏହି ପବିତ୍ର ଅଞ୍ଚଳର ଅନେକ ସ୍ଥାନରେ ସୃଷ୍ଟି କରାଯାଇଛି ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ । ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ଏହି ସ୍ଥାନରୁ ରଥକାଠ ଶ୍ରୀ କ୍ଷେତ୍ର ପୁରୀ ପଠାଯାଇଥାଏ ।

Body:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାର ରଥ ନିମନ୍ତେ ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ରବିବାର ରଥ କାଠ ପୁରୀ ପଠାଯାଇଛି । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ରେଞ୍ଜର ବାହାବଳଖୋଲ ଓ ସୁବର୍ଣ୍ଣଗିରୀ ସଂରକ୍ଷିତ ଜଙ୍ଗଲରୁ ୨୭ ଗୋଟି ଧଉରା କାଠ ତଥା ମାଳତୀଗୋଛାପଡା ଗ୍ରାମ୍ୟ ଜଙ୍ଗଲରୁ ୧୬ ଖଣ୍ଡ ଫାସୀ କାଠ ଚିହ୍ନଟ ପରେ କଟାଯାଇ ବିଧି ଅନୁସାରେ ପୂଜାର୍ଚ୍ଚନା କରି ଶ୍ରୀ କ୍ଷେତ୍ର ପୁରୀ କୁ ପଠାଯାଇଛି ।ସମୁଦାୟ୪୩ ଗୋଟି ବିରାଟ ଗଣ୍ଡିକୁ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ପୁରୀ ପଠାଯାଇଛି । କାର୍ଯ୍ୟକ୍ରମ ରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଶୁଭ ମନାସିଥିଲେ ।କାର୍ଯ୍ୟକ୍ରମ କୁ ମନମୁଣ୍ଡା ରେଞ୍ଜର ସରୋଜ ମିଶ୍ର,ଏସିଏଫ ଦିଲ୍ଲୀପ ସିଂ,ବନପାଳ ଅଜିତ ଆଚାର୍ଯ୍ୟ, ଦେବକାନ୍ତ ବେହେରା, ରବୀନ୍ଦ୍ର କୁମ୍ଭାର,ବୃକ୍ଷ ପ୍ରେମୀ ସୁଶାନ୍ତ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Conclusion:ରଥକାଠ ନେଇ ଗାଡି ଶ୍ରୀ କ୍ଷେତ୍ର ବାହାରିଲା ସମୟରେ ସ୍ଥାନୀୟ ଲୋକେ ଆନନ୍ଦ ରେ ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ଦେଇ ବିଦାୟ ଦେଇଥିଲେ ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.