ETV Bharat / state

କୋଭିଡ ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ନିର୍ମିତ ହେଲା ଦୁଇଟି ଭିଡିଓ - କୋରୋନା ମହାମାରୀ

କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଆକ୍ରାନ୍ତଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିବା କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ନିର୍ମିତ ହେଲା ଡକ୍ୟୁମେଣ୍ଟାରୀ ଭିଡିଓ ଓ ପ୍ରମୋ ଭିଡିଓ ।

corona
କୋଭିଡ ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ନିର୍ମିତ ହେଲା ଦୁଇଟି ଭିଡିଓ
author img

By

Published : May 31, 2020, 11:30 AM IST

ବୌଦ୍ଧ: କୋରୋନା ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ନିର୍ମିତ ହେଲା ଦୁଇଟି ଭିଡିଓ । କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଆକ୍ରାନ୍ତଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିବା କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ନିର୍ମିତ ହେଲା ଡକ୍ୟୁମେଣ୍ଟାରୀ ଭିଡିଓ ଓ ପ୍ରମୋ ଭିଡିଓ । ଡକ୍ୟୁମେଣ୍ଟାରୀ ଭିଡିଓକୁ ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ ପ୍ରସ୍ତୁତ କରିଥିବା ବେଳେ ପ୍ରମୋ ଭିଡିଓକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

କୋଭିଡ ଯୋଦ୍ଧାଙ୍କ ସମ୍ମାନ ଉଦ୍ଦେଶ୍ୟରେ ନିର୍ମିତ ହେଲା ଦୁଇଟି ଭିଡିଓ

ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଶେଷରେ କୋରୋନା ଯୋଦ୍ଧାଙ୍କୁ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ସମ୍ମାନ ପ୍ରଦାନ କରାଯାଇଛି । ବୌଦ୍ଧର ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ, ପୋଲିସ, ଅଗ୍ନିଶମବାହୀନି, ସାମ୍ବାଦିକ, ସଫେଇ କର୍ମଚାରୀଙ୍କ କାର୍ଯ୍ୟ ସହିତ ଜଡ଼ିତ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରସ୍ତୁତ କରାଯାଇଛି । ଶନିବାର ସଂଧ୍ୟାରେ ଏହି ଡକ୍ୟୁମେଣ୍ଟାରୀ ଭିଡିଓର ପ୍ରିମିୟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦର୍ଶିତ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇଥିଲା ।

ସେହିପରି ଶନିବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବନ୍ଦେ ଉତ୍କଳ ଜନନୀ ସମୂହ ସଂଗୀତ ଗାନର ଏକ ପ୍ରୋମୋ ଭିଡିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.