ETV Bharat / state

ଧୋଇଯାଇଛି ପୋଲ, ସାହା ପାଲଟିଛି ଜଙ୍ଗଲ ରାସ୍ତା

ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ପଞ୍ଚାୟତରେ 5ବର୍ଷରୁ ଉର୍ଦ୍ଧ୍ବ ହେଲା ଧୋଇଯାଇଛି 2ଟି ପୋଲ । ଫଳରେ ଖଳିସାହି ବାସୀ ଜଙ୍ଗଲ ରାସ୍ତାକୁ ଆପଣାଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହି ରାସ୍ତା ପ୍ରତି କେହି ଧ୍ୟାନ ଦେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Aug 4, 2019, 10:58 PM IST

ବୌଦ୍ଧ: ଆଦିବାସୀ ଅଧ୍ୟୁଷିତ ଗାଁରେ ଦୀର୍ଘ 5ବର୍ଷରୁ ଉର୍ଦ୍ଧ୍ବ ହେଲା ଧୋଇଯାଇଛି 2ଟି ପୋଲ । ଫଳରେ ସାଧାରଣ ଯାତାୟତ ନିମନ୍ତେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
ଏପରି ଅବ୍ୟବସ୍ଥା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି । ତଳଗାଁ ପଞ୍ଚାୟତର ଖଳିସାହିକୁ ଯୋଗାଯୋଗ ହେଉଥିବା 2ଟି ପୋଲ ଧୋଇଯାଇଛି ।

ପଞ୍ଚାୟତକୁ ଯିବାକୁ ହେଲେ ଗ୍ରାମବାସୀମାନେ ଜଙ୍ଗଲ ଦେଇ ଯାତାୟତା କରୁଥିବା ଅଭିଯୋଗ ହୋଇଛି । ଖଳିସାହିର ପତକାବାଲି ଓ ତଳଗାଁ କୁ ସଂଯୋଗ କରୁଥିବା ରାସ୍ତା ରେ ଥିବା ପୋଲର ଭାଙ୍ଗି ଯିବା ସହ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପଟେ ଆଦିବାସୀ ଅଧ୍ୟୁଷିତ ତଥା ଏକ ଉପାନ୍ତ ଗ୍ରାମ ହୋଇ ଥିବାରୁ ଏହି ରାସ୍ତା ପ୍ରତି କେହି ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି । ତୁରନ୍ତ ଏହି ପୋଲ 2ଟିକୁ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ନାହିଁ ଖଣ୍ଡେ ଭଲ ରାସ୍ତା ।ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ବ ହେଲା ଧୋଇଯାଇଛି ଦୁଇ ଦୁଇଟି ପୋଲ ।ଫଳରେ ସାଧାରଣ ଯାତାୟତ ଠାରୁ ଆରମ୍ଭ କରି ସ୍କୁଲ କୁ ଏବଂ ପଞ୍ଚାୟତକୁ ଯାତାୟତ ନିମନ୍ତେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ପଞ୍ଚାୟତ ର ଖଳିସାହି କୁ ଯୋଗାଯୋଗ ହେଉଥିବା ଦୁଇଟି ପୋଲ ଧୋଇଯିବା ଫଳରେ ଗ୍ରାମବାସୀ ଜଙ୍ଗଲ ଦେଇ ପଞ୍ଚାୟତକୁ ବିଭିନ୍ନ କାମରେ ଯାଉଥିବା ଅଭିଯୋଗ ହୋଇଛି ।ଖଳିସାହିର ପତକାବାଲି ଓ ତଳଗାଁ କୁ ସଂଯୋଗ କରୁଥିବା ରାସ୍ତା ରେ ଥିବା ପୋଲର ଭାଙ୍ଗି ଯିବା ସହ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପଟେ ଆଦିବାସୀ ଅଧ୍ୟୁଷିତ ତଥା ଏକ ଉପାନ୍ତ ଗ୍ରାମ ହୋଇ ଥିବାରୁ ଏହି ରାସ୍ତା ପ୍ରତି କେହି ଧ୍ୟାନ ଦେଉନଥିବା ଚର୍ଚ୍ଚା ହେଉଛି ।ତୁରନ୍ତ ଏହି ପୋଲ ଦୁଇଟିକୁ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Body:ଦୁଇଟି ପୋଲର ଅବ୍ୟବସ୍ଥା ଯୋଗୁଁ ଜଙ୍ଗଲ ରାସ୍ତାକୁ ଆପଣେଇଛନ୍ତି ଖଳିସାହିବାସୀ ।

Conclusion:ବାଇଟ-୧-ଗୌରୀ କହଁର,ଗ୍ରାମବାସୀ
ବାଇଟ-୨-ସସ୍ମିତା ପ୍ରଧାନ, ଖଳିସାହିବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.