ETV Bharat / state

ଯନ୍ତ୍ରଣାର କେବେ ଘଟିବ ଅନ୍ତ, ଅପେକ୍ଷା ସରକାରୀ ସହାୟତା

author img

By

Published : May 27, 2019, 11:53 PM IST

କୁହାଯାଏ ସବୁ ଯନ୍ତ୍ରଣା ଶରୀର କଷ୍ଟ ତଳେ । ଯାହା ନା କେବେ ଶାନ୍ତିରେ ଶୋଇବାକୁ ଦିଏ ନାଁ ଖାଇବାକୁ । ଜୀବନର ସବୁ ସୁଖ ହଜିଯାଏ ଏହି କଷ୍ଟ ତଳେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଯନ୍ତ୍ରଣା ଲୁହରେ କଟୁଛି ଜୀବନ । ଯେଉଁ ବୟସରେ ହସିଖେଳି ଦିନ କାଟିବା କଥା ସେହି ବୟସରେ ରୋଗାକ୍ରାନ୍ତ ହୋଇ ମାନସିକ ଯନ୍ତ୍ରଣା ଭୋଗିବା ଅତ୍ୟନ୍ତ ଦୁଃଖଦ । ରୋଗ ପୁଣି ସପ୍ତାହେ କିମ୍ବା ମାସକର ନୁହେଁ । ଏହା ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ଏହି ଯନ୍ତ୍ରଣାରେ ଛଟପଟ ହେଉଛି ରୁନୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଝିଅକୁ ବୟସ ଷୋହଳ ବର୍ଷ ହେବାକୁ ବସିଲାଣି । ହେଲେ ଠିକ ଭାବରେ କଥା କହି ପାରୁନାହିଁ । ଝିଅକୁ ଯେତେବେଳେ ଚାରି ବର୍ଷ ହୋଇଥିଲା, ସେତେବେଳେ ସେ ହୃଦରୋଗରେ ପୀଡିତ ଥିବା ଡାକ୍ତର କହିଥିଲେ । ଯେଉଁଥିପାଁଇ ସେ ଠିକ ଭାବେ କଥା କହିବାକୁ ସମର୍ଥ ହେଲାନି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ସଦରମହକୁମାରେ ବାସ କରୁଥିବା ବିଜୟ କହଁର ଓ ବାସନ୍ତୀ କହଁରଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ । ସେଥିମଧ୍ୟରୁ ରୁନୁ ହେଉଛି ସାନ ଝିଅ । ବିଜୟ କହଁର ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନିଅଣ୍ଟ । ତଥାପି ଝିଅ ରୁନୁର ହୃଦରୋଗର ଚିକିତ୍ସା ନିମନ୍ତେ ବୌଦ୍ଧ, ତବୁର୍ଲା, କଟକ,ଭୁବନେଶ୍ବର ଭଳି ଅନେକ ସ୍ଥାନର ଡାକ୍ତରଖାନାକୁ ଦେଖେଇସାରିଲାଣି । ଯାହା ଅର୍ଥ ଥିଲା ସବୁ ସାରି ଏବେ ଭଗବାନଙ୍କ ଭରସାରେ ରହିଛନ୍ତି ।

ଏପଟେ ଝିଅ ରୁନୁର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ବଞ୍ଚିବାର ଆଶାନେଇ ସଂଘର୍ଷ କରୁଥିବା ଏହି ଝିଅଟି ଏବେ ଆର୍ଥିକ ସହାୟତା ଅପେକ୍ଷା ରଖିଛି । ତୁରନ୍ତ ପ୍ରଶାସନ ପକ୍ଷରୁ ରୁନୁର ଚିକିତ୍ସା ନିମନ୍ତେ ସାହାଯ୍ୟର ହାତ ବଢିଲେ ହୁଏତ ସେ ବଞ୍ଚିଯାଇପାରନ୍ତା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଯେଉଁ ବୟସ ହସଖୁସି ଓ ଖେଳକୁଦରେ କଟିବା କଥା ସେହି ବୟସରେ ରୋଗାକ୍ରାନ୍ତ ହୋଇ ମାନସିକ ଯନ୍ତ୍ରଣା ଭୋଗିବା ଅତ୍ୟନ୍ତ ଦୁଃଖଦ । ରୋଗ ପୁଣି ସାଧାରଣ ତଥା ସପ୍ତାହେ କିମ୍ବା ମାସେ ନୁହେଁ, ହୃଦ ରୋଗରେ ଦୀର୍ଘ ଦଶ ବର୍ଷରୁ ଅଧିକ ହେବ ପିଡୀତ ଜଣେ ଗରିବ ଝିଅର କଥା ।

Body:ଝିଅକୁ ବୟସ ଷୋହଳ ହେବାକୁ ବସିଲାଣି । ହେଲେ ଠିକ ଭାବରେ କଥା କହି ପାରୁନାହିଁ ।କାରଣ ହେଲା ଝିଅକୁ ଯେତେବେଳେ ପ୍ରାୟ ଚାରି ବର୍ଷ ହେଉଥିଲା ସେତେବେଳେ ସେ ହୃଦରୋଗରେ ପିଡୀତ ବୋଲି ଜଣାପଡିଲା ।ପିତା ବିଜୟ କହଁର ଓ ମାତା ବାସନ୍ତୀ କହଁରଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ପିଡୀତା ରୁନୁ ସାନ ଝିଅ ଅଟେ ।ବାପା ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ କୁ ନିଅଣ୍ଟ । ତଥାପି ଝିଅ ରୁନୁର ହୃଦରୋଗର ଚିକିତ୍ସା ନିମନ୍ତେ ବୌଦ୍ଧ, ବୁର୍ଲା, କଟକ,ଭୂବନେଶ୍ୱର ଭଳି ଅନେକ ସ୍ଥାନର ଡାକ୍ତରଖାନାକୁ ଯାଇ ଯାହା ଅର୍ଥ ଥିଲା ସବୁ ସାରି ଏବେ ଭଗବାନଙ୍କ ଭରସାରେ ରହିଛନ୍ତି ।ଏପଟେ ଝିଅ ରୁନୁର ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଛି ।ବଞ୍ଚିବାର ଆଶାନେଇ ସଂଘର୍ଷ କରୁଥିବା ଏହି ଝିଅଟି ଏବେ ଆର୍ଥିକ ସହାୟତା ଅପେକ୍ଷା ରଖିଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ଝିଅର ଚିକିତ୍ସା ନିମନ୍ତେ ସାହାଯ୍ୟ ର ହାତ ବଢାଇଲେ ହୁଏତ ସେ ବଞ୍ଚି ଯାଇ ପାରନ୍ତା ।

Conclusion:ବାଇଟ-୧-ବାସନ୍ତୀ କହଁର, ଝୁନୁର ମା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.