ETV Bharat / state

ବୌଦ୍ଧର 10ଟି ରୂପାନ୍ତରିତ ସ୍କୁଲ ହେଲା ଲୋକାର୍ପିତ

author img

By

Published : Nov 15, 2021, 10:13 AM IST

ବୌଦ୍ଧ ଜିଲ୍ଲାର ଦଶଟି ହାଇସ୍କୁଲ ହେଲା ରୂପାନ୍ତରିତ । ରବିବାର ସନ୍ଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ତିନୋଟି ବ୍ଲକର ଦଶଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିଛନ୍ତି । ଅଧିକ ପଢନ୍ତୁ

ବୌଦ୍ଧର 10ଟି ଉଚ୍ଚ ବିଦ୍ୟାଳୟ ହେଲା 5T ଅନ୍ତର୍ଭୁକ୍ତ

ବୌଦ୍ଧ: ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ହେବ ଲୋକାର୍ପଣ । ତେବେ ସାତ ଦିନର ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିନ ତଥା ଶିଶୁ ଦିବସରେ ବୌଦ୍ଧର ୧୦ ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ରବିବାର ସନ୍ଧ୍ୟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଦଶଟି ରୂପାନ୍ତରିତ ହାଇସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ସଚିବଙ୍କ ଉପସ୍ଥିତିରେ ଏହାର ଉଦଘାଟନ କରିଥିବା ବେଳେ ଏହା ଦ୍ବାରା ଜିଲ୍ଲାରେ ସରକାରୀ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ବୌଦ୍ଧ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳଙ୍କ ସମେତ ବୌଦ୍ଧ ଓ କଣ୍ଟାମାଳ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ଜିଲ୍ଲାର ଆହୁରି 32 ଗୋଟି ବିଦ୍ୟାଳୟ 5T ରେ ସାମିଲ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହୋଇ ବାଳିକା ବିଦ୍ୟାଳୟର ଛାତ୍ରୀ ବେଶ ଖୁସି ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.