ବୌଦ୍ଧ: ବନ୍ଧୁକ ମୁନରେ ଲୁଟ ଅଭିଯୋଗ । ବୌଦ୍ଧ ଜିଲ୍ଲାର ପୁରୁଣାକଟକସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରେ 5 ଦୁର୍ବୃତ୍ତ ପଶି ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ପୁରୁଣାକଟକ ସ୍ଥିତ ଏକ ଭଡା ଘରେ ଚାଲିଥିବା ଭାରତ ଫାଇନାନ୍ସ କମ୍ପାନୀରେ ଗୁରୁବାର ଅପରାହ୍ନ ପ୍ରାୟ 3ଟାରେ ଏହି ଘଟଣା ଘଟିଥିଲା । 5 ଜଣ ଦୁର୍ବୃତ୍ତ କଳାମୁଖା ପିନ୍ଧି କାର୍ଯ୍ୟାଳୟରେ ପଶି ପାଖାପାଖି1 ଲକ୍ଷ ୬୪ ହଜାର ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି।
ଦୁବୃତ୍ତମାନେ ବନ୍ଧୁକ, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇବା ସହ କମ୍ପାନୀର କର୍ମଚାରୀଙ୍କୁ ମାଡମାରି ଏହି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବୌଦ୍ଧ ଏସପି ଭି.ରଘୁନାଥ ରାଓ ଲୁଟ ଘଟଣାର ପୁରା ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ