ETV Bharat / state

ମହଙ୍ଗା ପଡ଼ିଲା ଏକତରଫା ପ୍ରେମ, ରାତି ଅଧରେ ପ୍ରେମିକା ଘରେ ପଶିବାକୁ ଉଦ୍ୟମ କରି ବନ୍ଧା ହେଲା ଯୁବକ - ଅଧରାତିରେ ପ୍ରେମିକା ଘରେ ପଶିବାକୁ ଉଦ୍ୟମ

ଏକତରଫା ପ୍ରେମ କରି ଅଧରାତିରେ ପ୍ରେମିକା ଘରେ ପଶିବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତ ଯୁବକକୁ କାବୁ କଲେ ଗ୍ରାମବାସୀ । ହାତକୁ ବାନ୍ଧି ପୋଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ । ଯୁବକକୁ ସଙ୍ଗୀନ ଦଫାରେ ବାନ୍ଧି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ପ୍ରେମିକା ଘରେ ପଶିବାକୁ ଉଦ୍ୟମ କରି ବନ୍ଧା ହେଲା ଏକତରଫା ପ୍ରେମିକ

author img

By

Published : Feb 10, 2023, 9:14 AM IST

ପ୍ରେମିକା ଘରେ ପଶିବାକୁ ଉଦ୍ୟମ କରି ବନ୍ଧା ହେଲା ଏକତରଫା ପ୍ରେମିକ

ଭଦ୍ରକ: ପଦାରେ ପଡିଛି ବିଫଳ ପ୍ରେମିକର ଉଦ୍ଧତ ଆଚରଣ । ପ୍ରେମରେ ସଫଳ ନହେବାରୁ ବାରିପଟେ ଆସି ଘରେ ପଶିବାକୁ ଉଦ୍ୟମ କରି ମରଣାନ୍ତକ ଆକ୍ରମଣ ଉଦ୍ୟମ କଲା । ସୁଯୋଗ ନମିଳିବାରୁ ମାରଣାସ୍ତ୍ର ଧରି ଧମକାଇବା ସହିତ ପେଟ୍ରୋଲ ଢାଳି ଘର ଜାଳି ଦେବାକୁ ଦେଲା ଧମକ । ମାତ୍ର ଗ୍ରାମବାସୀଙ୍କ ହାତରେ ଧରା ପଡିଗଲା । ହାତକୁ ବାନ୍ଧି ଅଟକାଇ ପୋଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ । ଯୁବକକୁ ସଙ୍ଗୀନ ଦଫାରେ ବାନ୍ଧି କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଅମୃତପୁର ନୂଆସାହି ଗ୍ରାମରେ । ସୂଚନା ଅନୁଯାୟୀ ଅନ୍ଧାର ରାତିରେ ଜଣେ ଯୁବକ ଏହି ଗାଁର ଦଶରଥ ମଳିକଙ୍କ ଘର ବାରିପଟରୁ ଘରକୁ ପଶିବାକୁ ଉଦ୍ୟମ କରିଥିଲା । ଦଶରଥଙ୍କ ସ୍ତ୍ରୀ ଦେଖିବା ପରେ ଚିତ୍କାର କରିଥିଲେ । ସେହି ସମୟରେ ଗ୍ରାମବାସୀ ଦୌଡି ଆସିବାରୁ ଯୁବକ ଜଣକ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହିତ ପେଟ୍ରୋଲ ଢାଳି ଘରେ ନିଆଁ ଲେଗଇ ଦେବ ବୋଲି ଧମକ ଦେଇଥିଲା । ଗ୍ରାମବାସୀ ତାକୁ କାବୁ କରି ହାତକୁ ବାନ୍ଧି ରାତିରେ ପୋଲିସ ଜିମା ଦେଇଥିଲେ । ଯୁବକ ଜଣକ ତୁଷାର ବଳ ଓ ତାଙ୍କ ଘର ଗଦି ସାମନ୍ତରାୟପୁର ବୋଲି ସୂଚନା ମିଳିଛି । ଯେଉଁ ଘର ବାଡିପଟେ ଧରାହେଲା, ସେହି ଘରର ଜଣେ ଝିଅ ତାକୁ ମୋବାଇଲରେ ମେସେଜ୍ କରିଥିବା ସଫେଇ ଦେଇଥିଲା ଯୁବକ ।

ତେବେ ଯୁବକ ଜଣକ ଏକତରଫା ପ୍ରେମ କରି ସଂପୃକ୍ତ ଝିଅକୁ ହଇରାଣ ହରକତ କରୁଛି, ଏପରିକି ପୂର୍ବରୁ ବହୁବାର ଝିଅକୁ ବାଟ ଘାଟରେ ଅଟକାଇ ପ୍ରେମ ନିବେଦନ କରିଥିଲା ବୋଲି ଅଭିଯୋଗ ହୋଇଛି । ଝିଅ ରାଜି ନହେବାରୁ ସେ ନାନାଦି ଧମକ ଚମକ ଦେଇ ଆସୁଥିଲା । ଏହାସହ ପୂବର୍ରୁ ମଧ୍ୟ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ପୁଣିଥରେ ଅନ୍ଧାର ରାତିରେ ବାଡିପଟେ ଆସି ଘର ଭିତରକୁ ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିବା ବେଳେ ଧରା ପଡିଛି । ଝିଅର ବାପା ଦଶରଥ ମଳିକଙ୍କ ଏତଲା କ୍ରମେ ଥାନାର ଏକ ମାମଲା ୨୪/୨୩, ଦଫା ୪୫୨, ୩୫୪, ୩୫୪(D), ୫୦୬ ଓ ୫୦୯ ଆଇପିସିରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ତୁଷାର ବଳକୁ କୋର୍ଟଚାଲାଣ କରିଛି ପୀରହାଟ ଥାନା ପୋଲିସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.