ETV Bharat / state

ବିଦ୍ୟୁତ ସରବରାହ ସାମାନ୍ୟ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

author img

By

Published : May 30, 2021, 8:15 PM IST

ଭଦ୍ରକରେ ବାତ୍ୟା ୟଶ ପରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକମାନେ । ଉପୁଡି ପଡିଥିବା 33KV ବିଦ୍ୟୁତ ଖୁଣ୍ଟ ଏବେ ପାଣି ଘେରରେ ଥିବା ଯୋଗୁଁ ସେଗୁଡ଼ିକ ପୁନଃ ସ୍ଥାପନ କରିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଅଧିକ ପଢନ୍ତୁ...

ବିଦ୍ୟୁତ ସରବରାହ ସାମାନ୍ୟ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ
ବିଦ୍ୟୁତ ସରବରାହ ସାମାନ୍ୟ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

ଭଦ୍ରକ: ବାତ୍ୟା ୟସ ପରେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକମାନେ, ଏଥିସହ ବିଦ୍ୟୁତ ସରବରାହ ମଧ୍ୟ ଠପ ହୋଇଯାଇଛି । ଯାହାକୁ ନେଇ ଗତକାଲି(ଶନିବାର) ଲୋକଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଥିଲା । ବିଦ୍ୟୁତ ସରବରାହ ସାମାନ୍ୟ କରିବା ପାଇଁ ଭଦ୍ରକ ଜିଲ୍ଲା ବିଦ୍ୟୁତ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା 33KV ବିଦ୍ୟୁତ ଖୁଣ୍ଟ ଏବେ ପାଣି ଘେରରେ ଥିବା ଯୋଗୁଁ ସେଗୁଡ଼ିକ ପୁନଃ ସ୍ଥାପନ କରିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ତଥାପି ଏଗୁଡିକ ସଜାଡ଼ିବା ପାଇଁ ପ୍ରୟାସ ଜାରି ରହିଛି । ତେଣୁ ବାତ୍ୟା ପ୍ରଭାବିତ ଧାମରା ଅଞ୍ଚଳରେ ଚଳିତ ମାସ 25 ତାରିଖରୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ।

ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ 200 କର୍ମଚାରୀ, 8 ଜଣ ଅଫିସର ଏବଂ 2 ଜଣ ବିଭାଗୀୟ ଉଚ୍ଚ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି । ତେବେ ପ୍ରଥମେ 33KV ବିଦ୍ୟୁତ ଖୁଣ୍ଟ ଗୁଡିକର ପୁନଃ ସ୍ଥାପନ କାର୍ଯ୍ୟ ସାରିବା ପରେ 11KV ଖୁଣ୍ଟ ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହେବ । ଯାହାକି ଆସନ୍ତା କାଲି ସଂଧ୍ୟା ସୁଦ୍ଧା ଧାମରା ଅଞ୍ଚଳରେ ବିଦ୍ୟୁତ ସରବରାହ ସାମାନ୍ୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବିଭାଗୀୟ ଅଧିକାରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.