ETV Bharat / state

ଲୋନ ଛାଡ କରିବାକୁ ଦାବି, ଚାନ୍ଦବାଲି ତହସିଲ ଘେରିଲେ ଶତାଧିକ ମହିଳା - women protest in chandbali tahasil

ଘରୋଇ ଫାଇନାନ୍ସ କମ୍ପାନୀ ଦେଇଥିବା ଲୋନ ଛାଡ କରିବାକୁ ଦାବି । ଚାନ୍ଦବାଲି ତହସିଲ ଅଫିସ ଘେରିଲେ ଶତାଧିକ ମହିଳା । ଅଧିକ ପଢନ୍ତୁ...

chandbali tahasil
ଲୋନ ଛାଡ କରିବାକୁ ଦାବି, ଚାନ୍ଦବାଲି ତହସିଲ ଘେରିଲେ ଶତାଧିକ ମହିଳା
author img

By

Published : Jun 4, 2020, 6:48 AM IST

ଭଦ୍ରକ: ଘରୋଇ ଫାଇନାନ୍ସ କମ୍ପାନୀ ଦେଇଥିବା ଲୋନ ଛାଡ କରିବାକୁ ଦାବି । ଚାନ୍ଦବାଲି ତହସିଲ ଅଫିସ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲିର ଶତାଧିକ ମହିଳା ସାମାଜିକ ଦୂରତା ରକ୍ଷାକରି ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।

ଲୋନ ଛାଡ କରିବାକୁ ଦାବି, ଚାନ୍ଦବାଲି ତହସିଲ ଘେରିଲେ ଶତାଧିକ ମହିଳା

ଲକଡାଉନ ପରେ ଗରିବ ଅସହାୟ ପରିବାର ଲୋକମାନେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଏପରି ସ୍ଥିତିରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାମାନେ ଲୋନ ନେଇଥିବା ପରିବାରଙ୍କୁ ସୁଧ ଅର୍ଥ ପୈଠ କରିବା ପାଇଁ ତାଗିଦ କରୁଥିବା ଅଭିଯୋଗ ହୋଇଛି । ତେଣୁ ସେମାନେ ନିରୁପାୟ ହୋଇ ସରକାରଙ୍କ ସହଯୋଗ ଲୋଡିଛନ୍ତି ।

ସୂଚନା ଅନୁଯାୟୀ, ଚାନ୍ଦବାଲି ବ୍ଲକରେ 5 ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ମହିଳା ମାନଙ୍କୁ ଲୋନ ପ୍ରଦାନ କରିଛନ୍ତି । ସେହି ଅର୍ଥ ଲଗାଣକାରୀ ସଂସ୍ଥାମାନେ ଏବେ ଲୋନଧାରୀ ମାନଙ୍କୁ 3 ମାସର ଏକା ସମୟରେ ସୁଧ ଦାବି କରୁଛନ୍ତି । ଯାହାର ପ୍ରତିବାଦ କରି ମହିଳାମାନେ ତହସିଲ ଅଫିସ ଘେରିଥିଲେ । ସେପଟେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ୍‌ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.