ETV Bharat / state

ମହଙ୍ଗା ପଡିଲା ଅନଲାଇନ ଲଭ: ପ୍ରେମକୁ ଭୁଲି ପ୍ରେମିକ ଧରିଲା ଆଉ ଜଣଙ୍କ ହାତ, ଥାନାରେ ପତ୍ନୀ

ପୁଣି ସାମ୍ନାକୁ ଆସିଲା ଧୋକାବାଜ ପ୍ରେମିକର ପ୍ରତାରଣା କାହାଣୀ । ବଲାଙ୍ଗୀରର ମହିଳା ସୁଚିସ୍ମିତାଙ୍କୁ ପ୍ରେମକରି ଠକି ଦେଲେ ଚାନ୍ଦବାଲି ଚଡଦିଆ ଅଞ୍ଚଳର ଜିତୁ ମହାଳିକ । ଅଧିକ ପଢନ୍ତୁ

ପ୍ରେମ ବିବାହକୁ ଭୁଲିଗଲା ପ୍ରେମିକ, ଦ୍ବିତୀୟ ବିବାହ ପରେ ଥାନାର ଦ୍ବାରସ୍ତ ପ୍ରେମିକା

author img

By

Published : Aug 5, 2022, 1:09 PM IST

Updated : Aug 5, 2022, 1:48 PM IST

ଭଦ୍ରକ: ସେୟାର ଚାଟରୁ ପ୍ରେମ, ଭଡା ଘରେ ଶେଷ । ସୋସିଆଲ ମିଡିଆରୁ ଭଲ ପାଇ ଯୁବତୀଙ୍କୁ ବିବାହ ପରେ ଛାଡିଚାଲି ଗଲା ପ୍ରେମିକ । ପ୍ରେମ, ବିବାହ ଓ ପ୍ରତାରଣା ପରେ ଏବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲା ପ୍ରେମିକା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବଲାଙ୍ଗୀରର ମହିଳା ସୁଚିସ୍ମିତାଙ୍କୁ ପ୍ରେମକରି ଠକି ଦେଲେ ଚାନ୍ଦବାଲି ଚଡଦିଆ ଅଞ୍ଚଳର ଜିତୁ ମହାଳିକ ।

ମହଙ୍ଗା ପଡିଲା ଅନଲାଇନ ଲଭ: ପ୍ରେମକୁ ଭୁଲି ପ୍ରେମିକ ଧରିଲା ଆଉ ଜଣଙ୍କ ହାତ, ଥାନାରେ ପତ୍ନୀ

ମିଳିଥିବା ସୂଚନା ଅନୁଯାୟୀ, ଜିତୁ ଏବଂ ସୁଚିସ୍ମିତାଙ୍କ ମଧ୍ୟରେ ପ୍ରଥମେ ସେୟାର ଚାଟରୁ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହା ପରେ ଭୁବନେଶ୍ୱରରେ ଦେଖା ହେବା ପରେ ଗଢିଉଠିଲା ପ୍ରେମ ସମ୍ପର୍କ । ମିଠା ମିଠା କଥା କହି ଯୁବତୀଙ୍କୁ ଫସାଇବା ପରେ ମନ୍ଦିରରେ ଵିଵାହ କରି ଭଡା ଘରେ ଦୀର୍ଘଦିନ ଧରି ମଧ୍ୟ ରହି ଆସୁଥିଲେ । ଏମିତିକି ସୁଚିସ୍ମିତା ଏକ କମ୍ପାନୀରେ କାର୍ଯ୍ୟ କରୁଥିବାରୁ ଜିତୁ ତାଙ୍କ ଠାରୁ ଟଙ୍କା ମଧ୍ୟ ନେଇଥିଲେ । କିନ୍ତୁ କିଛି ଦିନ ଏକାଠି ରହିବା ପରେ ଘରେ କାମ ଅଛି କହି ସୁଚିସ୍ମିତାଙ୍କୁ ଭଡ଼ା ଘରେ ଛାଡି ଗାଁକୁ ଆସିଥିଲେ ଜିତୁ ।

ତେବେ ଗାଁକୁ ଆସିବା ପରେ ସୁଚିସ୍ମିତାଙ୍କ ନିକଟକୁ ଫେରିବା ପରିବର୍ତ୍ତେ ଦ୍ୱିତୀୟ ବିବାହ କରିଥିଲେ । ଯାହାକୁ ନେଇ ଏବେ ବଲାଙ୍ଗୀରରୁ ଆସି ଚାନ୍ଦବାଲି ଥାନାରେ ପହଞ୍ଚିଛନ୍ତି ପ୍ରଥମ ସ୍ତ୍ରୀ ସୁଚିସ୍ମିତା । ହେଲେ ନ୍ୟାୟ ନପାଇ ଚାନ୍ଦବାଲିରୁ ବଲାଙ୍ଗୀର ମହିଳା ଫେରିଯାଇଥିବା ଜଣାପଡିଛି । ଏନେଇ ଜିତୁ ମହାଳିକ କି ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

Last Updated : Aug 5, 2022, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.