ETV Bharat / state

ସମନ୍ବିତ କୃଷି କରି ସ୍ବାବଲମ୍ବୀ ମହିଳା, ଅନ୍ୟକୁ ଦେଉଛନ୍ତି ରୋଜଗାର - ସାମୁହିକ ଚାଷ

ପରିତ୍ୟକ୍ତ ସ୍ଥାନରେ ଫଳୁଛି ସୁନା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତର 40ରୁ ଊର୍ଦ୍ଧ୍ବ ମହିଳାଙ୍କ ସହଯୋଗରେ ସଫଳ ସାମୁହିକ ଚାଷ କରାଯାଇଛି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟଙ୍କୁ ଶ୍ରମ ଦେଉଛନ୍ତି ମହିଳା । ଅଧିକ ପଢ଼ନ୍ତୁ

women became self sufficient
ସ୍ବାବଲମ୍ବୀ ମହିଳା
author img

By

Published : Jan 2, 2023, 4:49 PM IST

ସମନ୍ବିତ କୃଷି କରି ସ୍ବାବଲମ୍ବୀ ମହିଳା

ଭଦ୍ରକ: ଦିନ ଥିଲା ଏହି ସ୍ଥାନଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା । କିନ୍ତୁ ଆଜି ଏଠାରେ ଫଳୁଛି ସୁନା । 40ରୁ ଅଧିକ ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ବାଟ ଦେଖାଇଛି । ଯାହା ମହିଳାଙ୍କ ମନରେ ଭରିଦେଇଛି ନୂତନ ଆଶାର କିରଣ । ମିଶନ ଶକ୍ତି ମାଧ୍ୟମରେ ଉଦ୍ୟାନ ବିଭାଗ ସହାୟତାରେ 5 ଏକର ଜମିରେ ଏବେ ସମନ୍ବିତ କୃଷି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହିଳା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତର ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ସାମୁହିକ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଲକ୍ଷଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ଶ୍ରମ ଦେବାରେ ସଫଳ ହୋଇଛି ।

ଏ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତର 5 ଏକର ଜମିରେ ସମନ୍ବିତ କୃଷି କେନ୍ଦ୍ର । ଏକଦା କୃଷି ବିଭାଗ ଅଧିନରେ ଥିବା ଏହି ଜମି ଅବ୍ୟବହୃତ ହୋଇ ବହୁ ବର୍ଷ ଧରି ପଡି ରହିଥିଲା । 2019 ମସିହାରେ ଏହାକୁ ପୁରୁଷୋତ୍ତମ ସ୍ବୟଂ ସହାୟକ ଗୋଷ୍ଠୀ ଲିଜ୍‌ରେ ନେଇ ପ୍ରଥମେ ମାଛ ଚାଷ ଆରମ୍ଭ କରିଥିଲେ । ପ୍ରଥମ ସୋପାନରେ ସଫଳତା ପରେ ପୁରୋଷୋତ୍ତମ ସହ ମା' ମନୀଷା, ମା' ପଶ୍ଚିମା ଏବଂ ପଶ୍ଚିମ ଦୁଇ ସ୍ବୟଂ ସହାୟକ ଗୋଷ୍ଠୀ ଏକାଠି ହୋଇ ବାର୍ଷିକ 20 ହଜାର ଟଙ୍କା ମୂଲ୍ୟରେ 5 ଏକର ଜମିକୁ ଲିଜରେ ନେଇଥିଲେ । ଆଉ ଆରମ୍ଭ କରିଥିଲେ ସମନ୍ବିତ କୃଷି । 2019 ମସିହାରେ ରାଜ୍ୟ ସରକାରଙ୍କର ମିଶନ ଶକ୍ତି, ଓଡିଶା ଲାଇଭଲି ହୁଡ଼ ମିଶନ, ଉଦ୍ୟାନ ବିଭାଗର ସହାୟତା ନେଇ କାର୍ଯ୍ୟ ଆରମ୍ଭ ହେଲା । ଏହି ଜମିରେ ମାଛ, କୁକୁଡ଼ା, ଛେଳି, ପନି ପରିବା, ଫୁଲ, କଦଳୀ, ମହୁ ଓ ଫୁଲ ଆଦି ଚାଷ ହେଉଛି। ଏଥିସହ ସୋଲାର ପାୱାର ସାହାଯ୍ୟରେ ଜଳସେଚନ କରାଯାଉଛି । ଆଖାପାଖର ଅଞ୍ଚଳ ଲୋକେ ପ୍ରତ୍ୟେକ ଦିନ ଶ୍ରମ ଦାନ କରି ଦି ପଇସା ରୋଜଗାର ମଧ୍ୟ କରୁଛନ୍ତି । ଏଥିସହ 40ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମଧ୍ୟ ଖୁବ ଭଲ ରୋଜଗାର କରୁଛନ୍ତି ।

ତେବେ ସମନ୍ବିତ କୃଷି ଆରମ୍ଭ ଦିନରୁ ବାର୍ଷିକ ଆୟ ହେଉଥିବା ଟଙ୍କାକୁ ଅଞ୍ଚଳର ଉନ୍ନତି ଆଣିବା ପାଇଁ ଖର୍ଚ୍ଚ କରାଯାଉଛି । ଏନେଇ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା କହିଛନ୍ତି, "ବାର୍ଷିକ 5ରୁ 6 ଲକ୍ଷ ଟଙ୍କା ରୋଜଗାର ହେଉଛି । ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ଚଳାଇବାରେ ସକ୍ଷମ ହୋଇ ପାରିଛୁ ।" ଏବେ ଫାର୍ମକୁ ସରକାରଙ୍କ ପକ୍ଷରୁ ମାତ୍ର 3 ବର୍ଷିଆ ଲିଜ୍‌ରେ ଦିଆଯାଉଛି । ତେବେ ଦୀର୍ଘବର୍ଷ ଅବଧି ପାଇଁ ଲିଜ୍‌ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଗୋଷ୍ଠୀ ସଦସ୍ୟା । କାରଣ ଦୀର୍ଘ ମିଆଦୀ ଲିଜ୍‌ ମିଳିଲେ, ସରକାରଙ୍କର ଅନ୍ୟ ଯୋଜନାକୁ ଅନ୍ତର୍ଭୁକ୍ତ କରି ଅଧିକ ଆୟ ଲକ୍ଷ୍ୟ ରଖିଛନ୍ତି ।

ତେବେ ସାମୁହିକ କୃଷି କରି ବେଶ ଖୁସିଥିବା କହିଛନ୍ତି ମହିଳା । ସ୍ଥାନୀୟ ବିଭାଗୀୟ ଅଧିକାରୀମାନେ ନିୟମିତ ଭାବେ ସମସ୍ତ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବା ସହ ବୈଷୟିକ ଜ୍ଞାନ କୌଶଳରେ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି । ସମନ୍ବିତ କୃଷି ଏବେ ଅନେକ ମହିଳାଙ୍କୁ ସ୍ୱାବଲମୀ କରିଛି । ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.