ETV Bharat / state

ମହିଳାଙ୍କୁ ମର୍ଡର: ପରକିୟା ପ୍ରୀତିରୁ ହତ୍ୟା ସନ୍ଦେହ - ଭଦ୍ରକ ଖବର

ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟିପିଟି ହତ୍ୟା । ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

ମହିଳାଙ୍କୁ ବିଭତ୍ସ ହତ୍ୟା: ପରକିୟା ପ୍ରୀତିରୁ ହତ୍ୟା ସନ୍ଦେହ

author img

By

Published : Jul 24, 2021, 2:15 PM IST

ଭଦ୍ରକ: ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟିପିଟି ହତ୍ୟା । ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ପଞ୍ଚାୟତ ଏଡାଦେଇ ଗାଁରେ । ମୃତ ମହିଳା ହେଉଛନ୍ତି ଛବିଲତା ସାହୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ପଞ୍ଚାୟତ ଏଡାଦେଇ ଗ୍ରାମର ଗୋବିନ ସାହୁ ଓ ତାଙ୍କ ସ୍ତ୍ରୀ ଛବି ଲତା ଏକାକୀ ରହୁଥିଲେ । ତାଙ୍କର ଦୁଇ ପୁଅ ବାହାର ରାଜ୍ୟରେ ଘରୋଇ କମ୍ପାନୀରେ ରହି କାମ କରନ୍ତି ।

ମହିଳାଙ୍କୁ ବିଭତ୍ସ ହତ୍ୟା: ପରକିୟା ପ୍ରୀତିରୁ ହତ୍ୟା ସନ୍ଦେହ

ହେଲେ ଶୁକ୍ରବାର ରାତିରେ କୌଣସି ଘଟଣାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ସ୍ବାମୀ ଉତ୍ୟକ୍ତ ହୋଇ କୁରାଢ଼ୀରେ ସ୍ତ୍ରୀର ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରକିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ପରେ ଏହି ଅମାନୁଷିକ ହତ୍ୟା ଘଟଣାର ସ୍ପଷ୍ଟ ସୂଚନା ଆସିବ । ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.