ETV Bharat / state

ଶାଶୁ ଘରେ ବୋହୂର ମୃତ୍ୟୁ, ବାପାଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ - ଭଦ୍ରକରେ ମହିଳାଙ୍କୁ ହତ୍ୟା

ଭଦ୍ରକରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଆତ୍ମହତ୍ୟାର ରୂପ ଦେବାପାଇଁ ଶଶୁରଘର ଲୋକ ରଶିରେ ଟାଙ୍ଗି ଦେଇଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଭଦ୍ରକରେ ମହିଳାଙ୍କୁ ହତ୍ୟା!
ଭଦ୍ରକରେ ମହିଳାଙ୍କୁ ହତ୍ୟା!
author img

By

Published : Jul 3, 2022, 7:21 AM IST

ଭଦ୍ରକ: ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ । ଆତ୍ମହତ୍ୟାର ରୂପ ଦେବାପାଇଁ ଶଶୁରଘର ଲୋକ ରଶିରେ ଟାଙ୍ଗି ଦେଇଥିବା ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି । ନଣନ୍ଦ ଓ ଶଶୁରଙ୍କୁ ମେଡିକାଲରେ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ମୃତକ ହେଉଛନ୍ତି ତିହିଡି ଥାନା ତାଳପଦା ପଞ୍ଚାୟତ ଅଧିନ ଚବିଶପ୍ରହରୀ ଅଞ୍ଚଳର ବିଜୟ ନାୟକଙ୍କ ପତ୍ନୀ ମୋନାଲିସା ନାୟକ(୨୩) ।

ଭଦ୍ରକରେ ମହିଳାଙ୍କୁ ହତ୍ୟା!

ସୂଚନା ଅନୁସାରେ, ଗତ ୫ ବର୍ଷ ତଳେ ମୋନାଲିସା ବୈଦିକ ରିତିରେ ବିଜୟଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ବିଭିନ୍ନ ସମୟରେ ମୋନାଲିସାଙ୍କ ପ୍ରତି ତାଙ୍କ ବିବାହିତା ନଣନ୍ଦ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ନେଇ ବାପଘର ଲୋକ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ମୃତକଙ୍କ ବାପଘର ଲୋକେ ବହୁବାର ଆପୋଷ ବୁଝାବଣା ମଧ୍ୟ କରିଛନ୍ତି । ତେବେ ଶନିବାର ମଧ୍ୟାହ୍ନରେ ଝିଅର ମୃତ୍ୟୁ ଖବର ଶୁଣି ତିହିଡି ମେଡିକାଲରେ ପହଞ୍ଚିଥିଲେ ପରିବାର ଲୋକେ ।

ସେପଟେ ମୃତଦେହ ପାଖରେ କେବଳ ବୃଦ୍ଧ ଶଶୁର ବସିଥିବା ବେଳେ ନଣନ୍ଦ ମେଡିକାଲରୁ ଚମ୍ପଟ ମାରିଥିଲେ । ପରେ ଉତ୍ୟକ୍ତ ଲୋକେ ନଣନ୍ଦଙ୍କୁ ରାସ୍ତାରୁ ଧରି ଆଣି ମେଡିକାଲରେ ଅଟକ ରଖିଛନ୍ତି । ମୃତ ମହିଳାଙ୍କ ବେକରେ କୌଣସି ଦାଗ ନଥିବାରୁ ଶଶୁର ଘର ଲୋକେ ମୋନାଲିସାକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ନେଇ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.