ETV Bharat / state

ମାନସ ସ୍ବାଇଁ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ଅସଲି ଚିତ୍ର

author img

By

Published : Mar 19, 2022, 12:15 PM IST

Updated : Mar 19, 2022, 12:35 PM IST

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତର ଅସଲି ଚିତ୍ର ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ । ଅଧିକ ପଢନ୍ତୁ

ମାନସ ସ୍ବାଇଁ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ଅସଲି ଚିତ୍ର
ମାନସ ସ୍ବାଇଁ ହତ୍ୟାକାଣ୍ଡ: ସାମ୍ନାକୁ ଆସିଲା ଅଭିଯୁକ୍ତର ଅସଲି ଚିତ୍ର

ଭଦ୍ରକ: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତର ଅସଲି ଚିତ୍ର ସାମନାକୁ ଆସିଛି । ଅଭିଯୁକ୍ତ ଜଣକ କିପରି ମେମୋରୀ ଚିପ୍‌ ବିଷୟରେ ପଚାରି ପରେ ମାନସଙ୍କୁ ସାଙ୍ଗରେ ନେଇଯାଇଥିଲେ, ସେ ସମ୍ପର୍କରେ ବଖାଣିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ । ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାଶପୁରରୁ ମାନସଙ୍କୁ ପ୍ରଥମେ ଅପହରଣ କରି ଭୁବନେଶ୍ଵରରେ ହତ୍ୟା କରାଯାଇଥିଲା । ପରେ ମୃତଦେହକୁ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳ ବଢିପାଟଣା ଧାନ ବିଲରେ ଫିଙ୍ଗାଯାଇଥିବା ବେଳେ ସେଠାରୁ ମାନସଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣା ଉପରୁ ପରଦା ଉଠିଛି । ସମସ୍ତ ଘଟଣାକୁ ବଖାଣିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ ।

ଏହା ବି ପଢନ୍ତୁ- କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା, ହାର୍ଡଡିସ୍କ ଜବତ କଲା ପୋଲିସ

ତେବେ ପ୍ରତ୍ୟକ୍ଷଦର୍ଶୀ ଜଣକ ହେଉଛନ୍ତି ଜଣେ ସାମ୍ବାଦିକ ଓ ତାଙ୍କ ନାମ ହେଉଛି ଶରତ ପଣ୍ଡା । ତେବେ ଏହି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ। ସୂଚନା ଅନୁଯାୟୀ, କ୍ୟାମେରା ମ୍ୟାନ ମାନସ ସ୍ବାଇଁକୁ ଅପହରଣ ପରେ ସୁନ୍ଦରପଦା ସ୍ଥିତ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିଲା । ପରେ ନୟାଗଡରେ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।

ଏହା ବି ପଢନ୍ତୁ- ମାନସ ସ୍ବାଇଁ ହତ୍ୟା ମାମଲା: କମିଶନରେଟ ପୋଲିସର ସହାୟତା ଲୋଡିଲା ଚାନ୍ଦବାଲି ପୋଲିସ

ଆଶ୍ରମ ବାହାରେ ସିସିଟିଭି ଲାଗିଥିବାରୁ ପ୍ରମାଣ ନଷ୍ଟ ପାଇଁ ମାଷ୍ଟର ମାଇଣ୍ଡ ଶର୍ମିଷ୍ଠା ଚାପ ପକାଉଥିବା ଜଣାପଡିଛି । ଏହି ଘଟଣାରେ ମୋଟ ୩ ଜଣ ଗିରଫ ହୋଇ ଥିବାବେଳେ ଏଯାଏଁ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଫେରାର ଅଛି । ଏକ ମେମୋରି ଚିପ୍‌ ପାଇଁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଥିବାବେଳେ ଚିପ୍‌ରେ କଣ ରହିଛି ଯାହାକି ଶର୍ମିଷ୍ଠା ପାଇଁ ଏତେ ଗୁରୁତ୍ବପୁର୍ଣ୍ଣ ଥିଲା ତା'ର ତଦନ୍ତ ଚଳାଇଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 19, 2022, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.