ଭଦ୍ରକ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବେଆଇନ ମଦ ବୋଝେଇ ପିକଅପ ଭ୍ୟାନ ଜବତ କରାଯାଇଛି। ଘଟଣାରେ ଗାଡି ଚାଳକ ବିଜୟ କୁମାର ଜେନାଙ୍କୁ ଅଟକ ରଖାଯାଇଛି । ତେବେ ଜବତ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି। ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ଏକ ନିର୍ଦ୍ଧିଷ୍ଟ ସୂତ୍ରରୁ ସୂଚନା ପାଇ ଅବକାରୀ ନିରୀକ୍ଷକ ଧନେଶ୍ବର ବେହେରାଙ୍କ ନେତୃତ୍ବରେ ଏକ ସ୍କ୍ବାର୍ଡ ବାରିକପୁର ବଜାରରୁ ବନ୍ତ ରାସ୍ତାରେ ଯାଉଥିବା ଏହି ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରେ ଆସ୍କା ଫର୍ଟି କାର୍ଟୁନ ଭର୍ତ୍ତୀ ହୋଇଥିବା ଜାଣିବାକୁ ପାଇଥିଲେ। ହେଲେ ଆବଶ୍ୟକୀୟ କାଗଜପତ୍ର ଗାଡ଼ି ଚାଳକ ବିଜୟ କୁମାର ଜେନା ନିକଟରେ ନଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ