ETV Bharat / state

Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

author img

By

Published : Oct 8, 2022, 6:33 PM IST

ଧାମନଗର ପାଇଁ ଉପ ନିର୍ବାଚନ ଘୋଷଣା ପରେ ପରେ ଧାମନଗର ରାଜନୀତି ଚଳଚଞ୍ଚଳ ହୋଇପଡିଛି । ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ 14 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ହେଲେ ବିଜୁ ଜନତା ଦଳ ପକ୍ଷରୁ କିଏ ହେବ ପ୍ରାର୍ଥୀ ସେ ନେଇ ସସ୍ପେନ୍ସ ଜାରି ରହିଛି । ଅଧିକ ପଢନ୍ତୁ

Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ
Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

ଭଦ୍ରକ: ଧାମନଗର ପାଇଁ ଉପ ନିର୍ବାଚନ ଘୋଷଣା ପରେ ପରେ ଧାମନଗର ରାଜନୀତି ଚଳଚଞ୍ଚଳ ହୋଇପଡିଛି । ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ 14 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ । ହେଲେ ବିଜୁ ଜନତା ଦଳ ପକ୍ଷରୁ କିଏ ହେବ ପ୍ରାର୍ଥୀ ସେ ନେଇ ସସ୍ପେନ୍ସ ଜାରି ରହିଛି । ନୂଆ ମୁହଁ ନାଁ ପୁରୁଣା ମୁହଁ ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇପାରିନାହିଁ ।

ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତକାଲି(ଶୁକ୍ରବାର) ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି ସତ । କିନ୍ତୁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ବିଜେପିରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାଥୀ ହେବା ଏକ ପ୍ରକାର ଚୂଡାନ୍ତ ହୋଇଥିବା ଆଲୋଚନା ହେଉଥିବା ବେଳେ ମୁଖ୍ୟ ପ୍ରତିଦ୍ଵନ୍ଦୀ ବିଜେଡିରୁ କିଏ ହେବ ପ୍ରାର୍ଥୀ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇ ପାରୁନାହିଁ । ବିଜେଡିରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଗତ ନିର୍ବାଚନରେ ପରାଜିତ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡାକ୍ତର ସଞ୍ଜୟ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ଶରତ ଦାସ ଏବଂ ସ୍ପନ୍ଦନ ମଲ୍ଲିକ ଆଦି ଙ୍କ ନାମ ଜୋର ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱରରେ ଯେଉଁ ବୈଠକ ବସିଥିଲା ସେଥିରେ ବିଜେଡି ପ୍ରାର୍ଥୀ ଚୂଡାନ୍ତ ହୋଇ ପାରି ନଥିଲେ ମଧ୍ୟ ବିଜେଡି ରୁ ପ୍ରାର୍ଥୀ ହେବା ନେଇ ପୂର୍ବତନ ସାଂସଦ ପ୍ରାର୍ଥୀ ଶରତ ଦାସ ଅଧିକ ଆଶାବାଦୀ ଅଛନ୍ତି ।

ସେହିପରି ବିଜେଡ଼ିର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ଗତ ନିର୍ବାଚନରେ ପରାଜିତ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡାକ୍ତର ସଞ୍ଜୟ ଦାସ, ସ୍ପନ୍ଦନ ମଲ୍ଲିକ ଆଦିଙ୍କ ନାମ ଜୋର ଚର୍ଚ୍ଚା ହେଉଛି । କିନ୍ତୁ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାରୁ ବିଜେଡ଼ି କାହାକୁ ନେଇ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ଚାଲିଛି । ଏପରିକି ଏହି ଦୁଇ ନେତା ପରସ୍ପର ସମର୍ଥକଙ୍କୁ ନେଇ ଉପରିସ୍ଥ ନେତା ମାନଙ୍କ ପାଖରେ ଲବି ଆରମ୍ଭ କରିଛନ୍ତି । ଏହି ନେତା ମାନଙ୍କ ମଧ୍ୟରୁ ଦଳୀୟ ହାଇକମାଣ୍ଡ କାହା ଉପରେ ଆସ୍ଥା ପ୍ରକଟ କରିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା । ସବୁଠାରୁ ବଡ଼ କଥା ହେଲା ପ୍ରାର୍ଥୀ ଚୟନ ହୋଇ ନଥିଲେ ମଧ୍ୟ ବିଜେଡ଼ି ନେତା ଓ କର୍ମୀମାନଙ୍କ ଘନ ଘନ ବୈଠକ କରି ନିର୍ବାଚନ ପରିଚାଳନା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।

ଅନ୍ୟପକ୍ଷେ ଧାମନଗର ନିର୍ବାଚନ ମଣ୍ଡଳୀ 2009 ମସିହାରୁ ସଂରକ୍ଷିତ ହେବା ପରେ ବିଜେଡ଼ି ନିଜ ଦବଦବା ଜାରି ରଖିଥିବା ବେଳେ 2019 ରେ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେପି ନିଜର ଦବ ଦବା ଆରମ୍ଭ କରିଥିଲା । ଏଠାରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରାଜେନ୍ଦ୍ର ଦାସ ଙ୍କୁ 4600 ଭୋଟର ହରାଇ ବିଜୟୀ ହୋଇଥିଲେ । ପରେ ବିଷ୍ଣୁଙ୍କ ପ୍ରଭାବ ଜିଲ୍ଲା ତଥା ରାଜ୍ୟ ରାଜନୀତିରେ ବଢ଼ିଥିଲା । ତେବେ ଦଳୀୟ ଗୋଷ୍ଠୀ କନ୍ଦଳ ସତ୍ତ୍ୱେ ବିଜେଡ଼ି ଗତ ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନ ଅଧୀନରେ ଥିବା ଧାମନଗର ଓ ତିହିଡ଼ି ବ୍ଲକର 6 ଗୋଟି ଜିଲ୍ଲା ପରିଷଦ ଜୋନ ସହିତ 2 ଗୋଟି ବ୍ଲକ କୁ ମଧ୍ୟ ଦଖଲ କରିଥିଲା । ଏହାବାଦ ନବଗଠିତ ଧାମନଗର NAC କୁ ଦଖଲ କରିଥିଲା ।

ତେବେ ଦେଖିବାର କଥା ବିଜେଡି କାହାକୁ ପ୍ରାର୍ଥୀ କରୁଛି । କେଉଁ ଦଳ ଏହି ଆସନ ଦଖଲ କରୁଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.