ଭଦ୍ରକ: କୋରୋନା ସଂକ୍ରମଣ ଚେନ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି । ଚଳିତ ମାସ ଜିଲ୍ଲାରେ ଅନଲକ 3 ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସାପ୍ତାହିକ ସଟଡାଉନ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି । ଏହି ନିୟମ ଅନୁଯାୟୀ ସନ୍ଧ୍ୟା 6ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏଥିସହ ରାତି 7ଟାରୁ କର୍ଫ୍ୟୁ ଜାରି ରହିବ। ସେପଟେ ସାପ୍ତାହିକ ସଟଡାଉନରୁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ବାଦ କରିଥିଲେ ହେଁ ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର 2 ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
![corona situation in bhadrak, corona update in bhadrak, weekly shutdown in bhadrak, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ କୋରୋନା ଅପଡେଟ, ଭଦ୍ରକରେ ସାପ୍ତାହିକ ସଟଡାଉନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/od-bha-03-weekend-shut-down-photo-7203442_01082020204330_0108f_1596294810_205.jpg)
![corona situation in bhadrak, corona update in bhadrak, weekly shutdown in bhadrak, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ କୋରୋନା ଅପଡେଟ, ଭଦ୍ରକରେ ସାପ୍ତାହିକ ସଟଡାଉନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/od-bha-03-weekend-shut-down-photo-7203442_01082020204330_0108f_1596294810_727.jpg)
ଏହି ସଟଡାଉନ ଚଳିତ ମାସ 31 ତାରିଖ ଯାଏଁ ଲାଗୁ ହେବ। ଏଥିସହ ନୂଆ ଗାଇଡଲାଇନ ଅନୁସାରେ ସପ୍ତାହର ଅନ୍ୟ ଦିନମାନଙ୍କରେ ସନ୍ଧ୍ୟା 6ଟା ଯାଏଁ, ନିର୍ଦ୍ଦିଷ୍ଟ କଟକଣା ସହ ଦୋକାନ ବଜାର ଖୋଲା ରହିବା ନେଇ ଅନୁମତି ଦିଆଯାଇଛି । ତେବେ ଜିଲ୍ଲାରେ ରାତ୍ରି କର୍ଫ୍ୟୁ ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏଁ ରହିବ। କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ।
![corona situation in bhadrak, corona update in bhadrak, weekly shutdown in bhadrak, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ କୋରୋନା ଅପଡେଟ, ଭଦ୍ରକରେ ସାପ୍ତାହିକ ସଟଡାଉନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/od-bha-03-weekend-shut-down-photo-7203442_01082020204330_0108f_1596294810_329.jpg)
![corona situation in bhadrak, corona update in bhadrak, weekly shutdown in bhadrak, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ କୋରୋନା ଅପଡେଟ, ଭଦ୍ରକରେ ସାପ୍ତାହିକ ସଟଡାଉନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/od-bha-03-weekend-shut-down-photo-7203442_01082020204330_0108f_1596294810_414.jpg)
ସେପଟେ ଜିଲ୍ଲାରେ ଅଗଷ୍ଟ 5ରୁ ସର୍ତ୍ତମୂଳକ ଭାବେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲାଯିବ। ହେଲେ ଧାର୍ମିକ ଅନୁଷ୍ଠାନ, ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ରହିବ। ତେବେ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । କୋଭିଡ଼ ନିୟମ ଉଲ୍ଲଂଘନ କଲେ ଜୋରିମାନା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
![corona situation in bhadrak, corona update in bhadrak, weekly shutdown in bhadrak, bhadrak latest news, ଭଦ୍ରକରେ କୋରୋନା ସ୍ଥିତି, ଭଦ୍ରକରେ କୋରୋନା ଅପଡେଟ, ଭଦ୍ରକରେ ସାପ୍ତାହିକ ସଟଡାଉନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/od-bha-03-weekend-shut-down-photo-7203442_01082020204330_0108f_1596294810_212.jpg)
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ