ETV Bharat / state

ଶିଶୁପୁତ୍ର ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଭଦ୍ରକ SP ଅଫିସ ଘେରାଉ - ନାଗୁଆ ଗ୍ରାମବାସୀଙ୍କ ଧାରଣା

ଭଦ୍ରକରେ ପୋଲିଓ ଟିକା ନେଇ ଶିଶୁପୁତ୍ରର ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ଭଦ୍ରକ SP ଅଫିସକୁ ଘେରାଉ କରିଛନ୍ତି ନାଗୁଆ ଗ୍ରାମବାସୀ । ଅଧିକ ପଢନ୍ତୁ...

ଶିଶୁପୁତ୍ର ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଭଦ୍ରକ SP ଅଫିସ ଘେରାଉ

author img

By

Published : Oct 26, 2021, 4:49 PM IST

ଭଦ୍ରକ: ପୋଲିଓ ଟିକା ନେଇ ମୃତ୍ୟୁବରଣ କରିଥିବା ଶିଶୁର ପରିବାରକୁ କ୍ଷତିପୂରଣ ସହିତ ସ୍ଵାସ୍ଥ୍ୟକର୍ମୀଙ୍କ ବିରୋଧରେ ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି । ଘଟଣାରେ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନାଗୁଆ ଗ୍ରାମବାସୀ ଭଦ୍ରକ ଏସପି ଅଫିସ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ।

ଶିଶୁପୁତ୍ର ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଭଦ୍ରକ SP ଅଫିସ ଘେରାଉ

ଏହି ଗ୍ରାମର ବିକାଶ ଜେନାଙ୍କ ଶିଶୁପୁତ୍ରର ଦେହ ଖରାପ ଥିବା ଜାଣି ମଧ୍ୟ ପୋଲିଓ ଟୀକା ନାଗୁଆ ସ୍କୁଲରେ ସ୍ବାସ୍ଥ୍ୟ କର୍ମୀମାନେ ଚଳିତ ମାସ 15 ତାରିଖ ଦିନ ଦେଇଥିଲେ । ସେତେବେଳେ ତାଙ୍କ ପିତାମାତା ଟିକା ଦେବା ପାଇଁ ବିରୋଧ କରିଥିଲେ ମଧ୍ୟ ସ୍ବାସ୍ଥ୍ୟକର୍ମୀ ଜଣଙ୍କ ଶିଶୁଟିକୁ ଟିକା ପ୍ରଦାନ କରିଥିଲେ । ତେବେ ଟିକା ନେବା ପରେ ହଠାତ୍‌ ଶିଶୁଟି ଅସୁସ୍ଥ ହୋଇ ପଡିବା ସହିତ ମୃତ୍ୟୁବରଣ କରିଥିଲା ।

ପରେ ଶିଶୁର ବାପା ଏସମ୍ପର୍କରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଓ ସ୍ଥାନୀୟ ପୋଲିସକୁ ଜଣାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ ବୋଲି ଅଭିଯୋଗ ହୋଇଛି । ଶେଷରେ ନ୍ୟାୟ ପ୍ରଦାନ ପାଇଁ ଗ୍ରାମର ମହିଳାମାନେ ଏହି ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ଦାବି କରି ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଆରକ୍ଷୀ ଅଧିକ୍ଷକ ସେମାନଙ୍କ ସହିତ ଆଲୋଚନା କରିବା ସହିତ ନିୟମ ଅନୁଯାୟୀ ତଦନ୍ତ କରାଯିବାକୁ କହିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.