ETV Bharat / state

3 ହଜାର ଲାଞ୍ଚ ନେଇ ବାସୁଦେବପୁର ସିଡିପିଓ ଗିରଫ - Vigilance raid

ବାସୁଦେବପୁର ସିଡିପିଓ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । 3 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ CDPO ଜାନକୀ ଦାସକୁ ଧରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ..

Vigilance raid
3 ହଜାର ଲାଞ୍ଚ ନେଇ ବାସୁଦେବପୁର CDPO ଗିରଫ
author img

By

Published : Jul 17, 2020, 8:49 PM IST

Updated : Jul 17, 2020, 11:10 PM IST

ଭଦ୍ରକ: ବାସୁଦେବପୁର ଆଇସିଡିଏସ କାର୍ଯ୍ୟାଳୟର ଡ୍ରାଇଭରଙ୍କ ବକେୟା ଦରମା ପାସ କରିବାକୁ 3ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡିଲେ ବାସୁଦେବପୁର ସିଡିପିଓ ଜାନକୀ ଦାସ । ବାସୁଦେବପୁର ଆଇସିଡିଏସ କାର୍ଯ୍ୟାଳୟରେ ଡ୍ରାଇଭର ଭାବେ ରାଜକିଶୋର ନାୟକ 2001ମସିହାରୁ ଦୈନିକ ମଜୁରୀ ଭିତ୍ତିରେ ଚାକିରୀ କରିଥିଲେ । ହେଲେ 2019 ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ଦରମା ପାଇନଥିଲେ ।

3 ହଜାର ଲାଞ୍ଚ ନେଇ ବାସୁଦେବପୁର CDPO ଗିରଫ

ଦରମା ପାଇଁ ଡ୍ରାଇଭର ସିଡିପିଓଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ତାଙ୍କୁ 40ହଜାର ଟଙ୍କା ପାସ କରିବାକୁ 3ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ସେ ଦେଇ ନପାରିବାରୁ ତାର ଦରମା ବିଲ ପାସ କରିନଥିଲେ ସିଡିପିଓ । ଫଳରେ ଡ୍ରାଇଭର ଜଣକ ଭିଜିଲାନ୍ସ ପାଖରେ ପହଞ୍ଚିଥିଲେ । ଶୁକ୍ରବାର ଅପରାହ୍ନରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସିଡିପିଓ ରାଜକିଶୋରଙ୍କ ପାଖରୁ 3ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବାଲେଶ୍ବର ଓ ଭଦ୍ରକ ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ । ସିଡିପିଓଙ୍କ ନିକଟରୁ 3ହଜାର ଟଙ୍କା ଜବତ କରିବା ସହିତ ସିଡିପିଓ ବ୍ୟବହାର କରୁଥିବା ସ୍ବିଫ୍ଟ ଗାଡିକୁ ଜବତ କରିଛି ଭିଜିଲାନ୍ସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jul 17, 2020, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.