ଭଦ୍ରକ: ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ(ବୈଷୟିକ ସହାୟକ)ଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା । ଭଦ୍ରକ ଜିଲ୍ଲାର ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ ହେଉଛନ୍ତି ବୈଲୋଚନ ପୁହାଣ ।
ଭଦ୍ରକ ସହରରେ ଥିବା ନିଜ ଘର, ଚରମ୍ପାସ୍ଥିତ ପୈତୃକ ଘର, ଶ୍ୱଶୁର ଘର ଓ ଅଫିସ ସହ 5ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବରୁ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ଥିଲା । ଯାହାକୁ ନେଇ ଭିଜିଲାନ୍ସ ରେଡ କରିଥବା ସୂଚନା ମିଳିଛି ।
ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବାବେଳେ, ଏହାସହ ଅନ୍ୟାନ୍ୟ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଛି । ଭଦ୍ରକ ଭିଜିଲାନ୍ସ ସହ ବାଲେଶ୍ୱର ଭିଜିଲାନ୍ସର 5ଟି ଟିମ ଚଢ଼ାଉରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ