ଭଦ୍ରକ: ଜୀବନ ସହ ଘରର ସୁରକ୍ଷା ଦାବିରେ ଗୋଟିଏ ପରିବାରର ସାମ୍ବାଦିକ ସମ୍ମିଳନୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଳିତ ବର୍ଷ ମେ ମାସ 29 ତାରିଖ ଦିନ ଜଣେ ଯୁବକ, ଭଦ୍ରକ ବାଉଦପୁର ପୋଲ ନିକଟରେ ମରଣାତ୍ମକ ଆକ୍ରମଣର ଶିକାର ହୋଇଥିଲେ । ପରେ ଅଭିଯୁକ୍ତ ଜଣଙ୍କ ନିକଟରେ ଜାମିନରେ ଆସିଥିଲେ । ଆକ୍ରମଣର ଶିକାର ପରିବାର ନାଁରେ ଘର ପୋଡିଦେଇଥିବା ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ ଅଭିଯୁକ୍ତ ।
ତେବେ ଏହାକୁ ଏକ ଷଡଯନ୍ତ୍ର ବୋଲି ଆକ୍ରମଣର ଶିକାର ହୋଇଥିବା ପରିବାର ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଛନ୍ତି। ଏଥିସହିତ ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପ୍ରଦାନ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ