ETV Bharat / state

ବିଜେଡି ହାତକୁ ଗଲା ଧାମନଗର NAC ଉପାଧ୍ୟକ୍ଷ ପଦ - ଧାମନଗର ଏନଏସସିରେ ଉପାଧକ୍ଷ ନିର୍ବାଚନ

ସରିଲା ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ଉପାଧ୍ୟକ୍ଷ ନିର୍ବାଚନ । ତେବେ ୧୧ଟି ୱାର୍ଡରୁ ବିଜେଡି ହାତକୁ ୯ଟି ୱାର୍ଡ ଦଖଲ କରିଥିବା ବେଳେ ବିରୋଧି ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା । ଅଧିକ ପଢନ୍ତୁ

ସରିଲା ଧାମନଗର ଏନଏସସିରେ ଉପାଧକ୍ଷ ନିର୍ବାଚନ,  ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ

author img

By

Published : Apr 20, 2022, 6:15 PM IST

ଭଦ୍ରକ: ସରିଲା ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ଉପାଧ୍ୟକ୍ଷ ନିର୍ବାଚନ । ତେବେ ୧୧ଟି ୱାର୍ଡରୁ ବିଜେଡି ହାତକୁ ୯ଟି ୱାର୍ଡ ଦଖଲ କରିଥିବା ବେଳେ ବିରୋଧି ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା । ସୂଚନା ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ସମୟରେ ଧାମନଗର ଏନଏସସିରେ ହିଂସାକାଣ୍ଡ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା ।

ସରିଲା ଧାମନଗର ଏନଏସସିରେ ଉପାଧକ୍ଷ ନିର୍ବାଚନ, ବିଜେଡି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ

ଏହାପରେ ପୁନଃ ନିର୍ବାଚନ ଏପ୍ରିଲ ୫ ତାରିଖରେ ହୋଇଥିଲା । ଏଥିସହ ଏପ୍ରିଲ ୬ତାରିଖରେ ଭୋଟ ଗଣତି ହୋଇଥିଲା । ନିର୍ବାଚନରେ ଏନଏସି ଅଧକ୍ଷା ଭାବେ ନିବେଦିତା ଜେନା ନିର୍ବାଚିତ ହୋଇଥିଲେ ।

ଅନ୍ୟପଟେ ଆଜି ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା । ତେବେ କଡା ସୁରକ୍ଷା ମଧ୍ୟରେ ଏହି ନିର୍ବାଚନ ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ସମୟ ସୀମା ମଧ୍ୟରେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ତେବେ ଏନଏସିର ୬ ନମ୍ବର ୱାର୍ଡରୁ ବିଜେଡିର ଓସିମ ଏଜଦ୍ଦାନୀ କାଦରୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶେଷରେ ଅନ୍ୟ କେହି ପ୍ରାର୍ଥୀ ନଥିବାରୁ ସେ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.