ଭଦ୍ରକ : ଭଦ୍ରକ ଜିଲ୍ଲାରେ କୋଭିଡ ସମୟରେ ଲୋକମାନଙ୍କୁ ଭେକସିନ ଦେଉଥିବା କର୍ମଚାରୀ ମାନେ ଦୀର୍ଘ ମାସ ହେବ ଦରମା ପାଇନଥିବା ଜଣାପଡିଛି । ତେଣୁ ବକେୟା ଦରମା ଦାବିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ ।
ମେଡିକାଲରେ ଡାଟା ଏଣ୍ଟ୍ରି ଅପରେଟର ମାନେ ବି ଦରମା ପାଇନଥିବା ଦାବି କରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସୂଚନାମୁତାବକ ଭେକ୍ସିନେଟର କର୍ମଚାରୀମାନେ କୋଭିଡ୍ ଭେକସିନ ନେଇ ଗାଁଗାଁରେ ବୁଲି ଭେକସିନ ଦେଇଥିଲେ ମଧ୍ୟ ଠିକ ସମୟରେ ଦରମା ପାଇ ପାରିନାହାନ୍ତି ।
ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏ ସମ୍ପର୍କରେ ତୁରନ୍ତ ବକେୟା ଦରମା ପ୍ରଦାନ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ 4ଶହ କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତାଙ୍କୁ ତୁରନ୍ତ ଦରମା ପ୍ରଦାନ କରାଯିବା ନେଇ ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ବିକ୍ଷୋଭକାରୀ ମାନେ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନାକରିଦେଇଥିଲେ।
ଇଟିଭି ଭାରତ, ଭଦ୍ରକ