ETV Bharat / state

ଉତ୍ତରାଖଣ୍ଡ ଜଳପ୍ରଳୟରେ ଭଦ୍ରକ ଯୁବକ ନିଖୋଜ; କାନ୍ଦୁଛି ପରିବାର, ଖୋଜୁଛି ପୁଅ

author img

By

Published : Feb 9, 2021, 10:22 AM IST

Updated : Feb 9, 2021, 2:14 PM IST

ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ। ସେ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ପାଓ୍ବାର ପ୍ରକଳ୍ପରେ ଅଧିନସ୍ଥ ତପୋବନ ରୈନି ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ।

ଉତ୍ତରାଖଣ୍ଡ ଜଳପ୍ରଳୟ: ବ୍ୟାରେଜରେ କାର୍ଯ୍ୟରତ ଭଦ୍ରକର ଇଲେକ୍ଟ୍ରିସିଆନ ନାଗାର୍ଜୁନ  ନିଖୋଜ

ଭଦ୍ରକ: ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଚାନ୍ଦବାଲି ବ୍ଲକରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି। ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ। ସେ ଉତ୍ତରାଖଣ୍ଡ ଠାରେ ଥିବା ଋଷିଗଙ୍ଗା ପାଓ୍ବାର ପ୍ରକଳ୍ପରେ ଅଧିନସ୍ଥ ତପୋବନ ରୈନି ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ରବିବାର ହୋଇଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ଓଡିଶାର ନାଗାର୍ଜୁନ ମଧ୍ୟ ନିଖୋଜ ହୋଇଥିବା ଜଣାପଡିଛି।

ଉତ୍ତରାଖଣ୍ଡ ଜଳପ୍ରଳୟରେ ଭଦ୍ରକ ଯୁବକ ନିଖୋଜ

ତେବେ ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଦାସ ଫୋନ ଯୋଗେ ତପୋବନ ରୈନି ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଉତ୍ତରାଖଣ୍ଡରେ ହିମଖଣ୍ଡର ସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା କଥା ଫୋନ ଯୋଗେ ସୂଚନା ମିଳିଥିଲା। ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲପଲାଇନ ନମ୍ବରରେ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହିଁ ଏବଂ ଖୁବ ଶୀଘ୍ର ସେମାନେ ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି କହିଥିବା ଜଣାପଡିଛି।

ଉତ୍ତରାଖଣ୍ଡ ଜଳପ୍ରଳୟରେ ଭଦ୍ରକ ଯୁବକ ନିଖୋଜ

ଏପଟେ 3ଦିନ ହେଲା ପୁଅର କୌଣସି ପତ୍ତା ମିଳୁନଥିବାରୁ ମା'ର ମନ ଆଉ ଥୟ ଧରୁ ନାହିଁ । କାନ୍ଦ ବୋବାଳିରେ ଫାଟୁଛି ନାଗାର୍ଜୁନଙ୍କ ଘର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 9, 2021, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.