ଭଦ୍ରକ: ଭଦ୍ରକ ଜିଲ୍ଲା ଗସ୍ତରେ ଆସିଛନ୍ତି ଆଇନ ମନ୍ତ୍ରୀ । ଏହି ଗସ୍ତ ସମୟରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭଦ୍ରକରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗସ୍ତ ଅବସରରେ ମନ୍ତ୍ରୀ ଆଜି ଭଦ୍ରକର ବିଭିନ୍ନ ପ୍ରକଳ୍ପ କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ସହ ରାସ୍ତାର ଶୁଭ ଉଦଘାଟନ କରିଛନ୍ତି ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାୟକଓ ସାଂସଦଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା କର୍ମୀ ଉପସ୍ଥିତ ଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ