ETV Bharat / state

Panchayat Polls: ସରପଞ୍ଚ ପଦବୀ ପାଇଁ ନଣନ୍ଦ-ଭାଉଜ ଲଢେଇ - ପଞ୍ଚାୟତ ଫାଇଟ

ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଡୋର ଟୁ ଡୋର କ୍ୟାମ୍ପନିଂ କରି ଭୋଟରଙ୍କ ମନ ଜିଣୁଛନ୍ତି ପ୍ରାର୍ଥୀ । ଭଦ୍ରକ ଜିଲ୍ଲା ଓଡ଼ଙ୍ଗ ପଞ୍ଚାୟତରେ ଭାଉଜ ନଣନ୍ଦଙ୍କ ମଧ୍ୟରେ ଆରମ୍ଭ ହୋଇଛି କଡ୍ଡା ଟକ୍କର । ଅଧିକ ପଢନ୍ତୁ

Panchayat Poll: ସରପଞ୍ଚ ପଦବୀ ପାଇଁ ନଣନ୍ଦ-ଭାଉଜ ଲଢେଇ

author img

By

Published : Jan 31, 2022, 9:21 PM IST

ଭଦ୍ରକ : ଆସନ୍ତା ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସରଗରମ ରାଜ୍ୟ ରାଜନୀତି । କେଉଁଠି ଶିକ୍ଷିତ ପ୍ରାର୍ଥୀ ରାଜନେତା ପାଲଟିଛନ୍ତି ତ କେଉଁଠି ପରିବାର ସଦସ୍ୟଙ୍କ ମଧ୍ୟରେ ଚାଲିଛି ଟକ୍କର । କ୍ଷମତା ପାଇଁ ନଣନ୍ଦ ଭାଉଜଙ୍କ ମଧ୍ୟରେ ଲଢ଼େଇ । କ୍ଷମତା ପାଖରେ ପାରିବାରିକ ସମ୍ପର୍କ ମୂଲ୍ୟହୀନ ଲାଗେ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଓଡ଼ଙ୍ଗ ପଞ୍ଚାୟତରେ ପଞ୍ଚାୟତ ପ୍ରାର୍ଥୀ ପାଇଁ ମୈଦାନରେ ନଣନ୍ଦ ଭାଉଜଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ ।

Panchayat Poll: ସରପଞ୍ଚ ପଦବୀ ପାଇଁ ନଣନ୍ଦ-ଭାଉଜ ଲଢେଇ

ବନ୍ତ ବ୍ଲକର 15ଟି ୱାର୍ଡକୁ ନେଇ ଗଠିତ ହୋଇଛି ଓଡ଼ଙ୍ଗ ପଞ୍ଚାୟତ। ପଞ୍ଚାୟତରେ ମୋଟ 6 ହଜାର 13 ଜଣ ଭୋଟର ରହିଛନ୍ତି। ଦୀର୍ଘ 25 ବର୍ଷ ଧରି ପଞ୍ଚାୟତଟି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କର ବିଜୟର ଗଡ଼ ଭାବେ ରହିଥିଲା । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ କଂଗ୍ରେସର ବିଜୟ ଧାରାକୁ ଭାଙ୍ଗିଥିଲେ । ଏହି ପଞ୍ଚାୟତରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବାସଗୃହ ରହିଛି। ପ୍ରତ୍ୟେକ ଥର ପଞ୍ଚାୟତ ନିର୍ବାଚନ ଏହି ପଞ୍ଚାୟତରେ ଉଭୟ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ କଡା ମୁକାବିଲା ହୋଇଥାଏ ।

ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସମସ୍ତ ଦଳ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ଦେଇଛନ୍ତି । ଏହି ପଞ୍ଚାୟତରେ ଏଥର ନଣନ୍ଦ ମିନତୀ ମଣ୍ଡଳ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଖୋଲା ବହି ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ, ଭାଉଜ ଲିଲି ଗୋଚ୍ଛାୟତ କଂଗ୍ରେସ ସମର୍ଥିତ ଛତା ଚିହ୍ନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ନଣନ୍ଦ ଭାଉଜ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଭୋଟ ପାଇଁ ଲୋକ ଘରକୁ ଯାଉଛନ୍ତି । ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ତୁଙ୍ଗ ନେତା ପଞ୍ଚାନନ ମଣ୍ଡଳଙ୍କ ବୋହୂ ହେଉଛନ୍ତି ଲିଲି ଗୋଚ୍ଛାୟତ। ସେହିପରି ମିନତୀ ମଣ୍ଡଳ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ଝିଅ। ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି।

ବୋହୁ ଲିଲି ଗୋଚ୍ଛାୟତଙ୍କ ଶ୍ଵଶୁର ଓ ଝିଅ ମିନତୀ ମଣ୍ଡଳଙ୍କ ବାପା ପୂର୍ବତନ ବିଧାୟକ ପଞ୍ଚାନନ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ରୁ 1984 ଠାରୁ 1989 ପର୍ଯ୍ୟନ୍ତ ବିଧାୟକ ରହିଥିଲେ । ଏମିତିକି ଜିଲ୍ଲା ପରିଷଦ ସଭାପତି ମଧ୍ଯ ରହିଥିଲେ। ଚଳିତ ପଞ୍ଚାୟତ ନିର୍ବାଚନରେ ନିଜ ବୋହୂର ବିଜୟ ସପକ୍ଷରେ ପୂର୍ବତନ ବିଧାୟକ ଥିବା କହିଛନ୍ତି । ଅନ୍ୟପଟେ ଝିଅ ମିନତୀ ମଣ୍ଡଳ ବିଜୟ ପାଇଁ ବାପାଙ୍କ ଆଶୀର୍ବାଦ କାମନା କରିଛନ୍ତି । ନିର୍ବାଚନ ରଣାଙ୍ଗନରେ ପ୍ରତିଯୋଗିତା ଭାବେ ଅଂଶଗ୍ରହଣ କରିଛୁ । ଯିଏ ଜିତୁ କି ହାରୁ, ଆମେ ନଣନ୍ଦ, ଭାଉଜଙ୍କ ସମ୍ପର୍କ ସେହିଭଳି ରହିଥିବ ଉଭୟ ପ୍ରାର୍ଥୀ କହିଛନ୍ତି ।

ଅନ୍ୟପଟେ ଓଡ଼ଙ୍ଗ ପଞ୍ଚାୟତର ରାଜନୈତିକ ଦୃଶ୍ୟପଟକୁ ଯଦି ବିଚାରକୁ ନିଆଯାଏ । ତେବେ ଦୀର୍ଘ 25 ବର୍ଷ ଧରି ଏହି ପଞ୍ଚାୟତରେ କଂଗ୍ରେସ ବିଜୟ ବାନା ଉଡାଇ ଆସୁଥିଲା । 2017 ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ କଂଗ୍ରେସର ଦୁର୍ଗକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲା ।

କିନ୍ତୁ ଚଳିତ ଥର ପଞ୍ଚାୟତ ନିର୍ବାଚନରେ ନଣନ୍ଦ ଭାଉଜଙ୍କ ମଧ୍ୟରେ ଚାଲିଥିବା ଲଢେଇରେ ଫାଇଦା ନେବାକୁ ବସିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ। ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖକୁ ଯିବୁ। ପଞ୍ଚାୟତରେ ରହିଥିବା ରାସ୍ତା, ଡ୍ରେନ ସମସ୍ୟା ସହ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ବ ଦିଆଯିବ ବୋଲି ବିଜେଡି ସମର୍ଥୀତ ପ୍ରାର୍ଥୀ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.