ETV Bharat / state

ସାଙ୍ଗକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାଙ୍ଗ, ପୋଖରୀରେ ବୁଡି 2 ଜଣଙ୍କ ମୃତ୍ୟୁ

author img

By

Published : Apr 9, 2023, 7:48 AM IST

ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ । ସାଙ୍ଗକୁ ବଞ୍ଚାଇବା ପାଇଁ ଯାଇ ବୁଡିଗଲା ସାଙ୍ଗ । ଅଧିକ ପଢ଼ନ୍ତୁ

ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ବନ୍ଧୁଙ୍କ ମୃତ୍ୟୁ

ଭଦ୍ରକ: ସାଙ୍ଗକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାଙ୍ଗ । ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ଗାଁରେ । ମୃତକ ହେଲେ ମୁକେଶ ଗିରି ଏବଂ କମଳ ଲୋଚନ ମଲ୍ଲିକ । ଦୁହେଁ ଦଶମ ଶ୍ରେଣୀ ଛାତ୍ର ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅଧିକ ପଢ଼ନ୍ତୁ: IPL 2023 RR vs DC: ଦିଲ୍ଲୀର ବଦଳୁନି ଭାଗ୍ୟ, ୫୭ ରନରେ ରାଜସ୍ଥାନର ଦ୍ବିତୀୟ ବିଜୟ

ସୂଚନା ଅନୁଯାୟୀ, ଶ୍ୟାମପୁର ଗାଁସ୍ଥିତ ଏକ ମଠ ନିକଟରେ ଥିବା ପୋଖରୀକୁ 3 ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ । ଦୁଇ ଜଣ ସାଙ୍ଗ ପୋଖରୀ କୂଳରେ ଠିଆ ହୋଇଥିବା ବେଳେ ଜଣେ ସାଙ୍ଗ ଗାଧୋଉଥିଲା । ଏତିକି ବେଳେ ହଠାତ୍ ପୋଖରୀରେ ଗାଧୋଉଥିବା ସାଙ୍ଗ ବୁଡିବାକୁ ଲାଗିଥିଲା । ଯାହାକୁ ଦେଖି କୂଳରେ ଠିଆ ହୋଇଥିବା ଗୋଟିଏ ସାଙ୍ଗ ପାଣିକୁ ଡେଇଁ ସାଙ୍ଗକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ସାଙ୍ଗକୁ ବଞ୍ଚାଇବା ପରିବର୍ତ୍ତେ ନିଜେ ପାଣିରେ ବୁଡିବାକୁ ଲାଗିଥିଲା ।

ଏହା ଦେଖି ଅନ୍ୟ ସାଙ୍ଗ ଜଣକ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡାକିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମକୁ ସୂଚନା ଦେବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ ।

ଅଧିକ ପଢ଼ନ୍ତୁ: Modi criticises KCR: ବର୍ଷିଲେ ମୋଦି, କେନ୍ଦ୍ର ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର

ଦୁହିଁଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା, ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ସାଙ୍ଗ ହେଲେ ଦକ୍ଷିଣବାଡ଼ ଅଞ୍ଚଳର ମୁକେଶ ଗିରି ଏବଂ କମଳ ଲୋଚନ ମଲ୍ଲିକ । ଦୁହେଁ ଦଶମ ଶ୍ରେଣୀରେ ପଢୁଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ: ଇଂଲଣ୍ଡରେ ବ୍ୟାପୁଛି ଆଉ ଏକ ଘାତକ ଭୂତାଣୁ, ଜାଣନ୍ତୁ ଲକ୍ଷଣ ଓ କେମିତି ରହିବେ ସତର୍କ

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.