ETV Bharat / state

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣହରାଇଲେ ପତିପତ୍ନୀ - ଭଦ୍ରକ ଲାଟେଷ୍ଟ ଖବର

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରିବା ବେଳେ ଦମ୍ପତ୍ତିଙ୍କୁ ଡାକି ନେଲା କାଳ । ଭଦ୍ରକ ଜିଲ୍ଲାର ରାଣୀତାଲ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ସ୍କୁଟିକୁ ଚାପିଦେଲା କଣ୍ଟେନର, ସ୍ବାମୀ ସ୍ତ୍ରୀ ମୃତ

author img

By

Published : May 3, 2022, 9:32 AM IST

ଭଦ୍ରକ: ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରିବା ବେଳେ ଦମ୍ପତ୍ତିଙ୍କୁ ଡାକି ନେଲା କାଳ । ଭଦ୍ରକ ଜିଲ୍ଲାର ରାଣୀତାଲ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର ବାହାନଗା ସ୍ଥିତ ବାଗଲପୁର ଗ୍ରାମର ବୈକୁଣ୍ଠ ରାଉତ ଏବଂ ତାଙ୍କ ପତ୍ନୀ ଆରଡ଼ି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରୁଥିଲେ ।

ସ୍କୁଟିକୁ ଚାପିଦେଲା କଣ୍ଟେନର, ସ୍ବାମୀ ସ୍ତ୍ରୀ ମୃତ

୧୬ ନମ୍ବର ଜାତୀୟ ରାଜପଥ ଦେଇ ଏକ ସ୍କୁଟିରେ ବୈକୁଣ୍ଠ ଓ ତାଙ୍କ ପତ୍ନୀ ଯାଉଥିବା ବେଳେ ଅନ୍ୟ ଏକ ସ୍କୁଟିରେ ତାଙ୍କ ଝିଅ ଆସୁଥିଲେ । ଏହି ସମୟରେ ରାଣୀତାଲ ନିକଟରେ ଏକ କଣ୍ଟେନର୍‌ ବୈକୁଣ୍ଠଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବୈକୁଣ୍ଠଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଏହାପରେ ସ୍ଥାନୀୟ ଲୋକ କଣ୍ଟେନରକୁ ଅଟକାଇବା ପରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ରାଣୀତାଲ ରାସ୍ତା ଖରାପ ହୋଇ ଗୋଡ଼ି ଉଠି ରହିଛି । ଫଳରେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନଯାଉଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.