ETV Bharat / state

ବାଲେଶ୍ବରରୁ ଶଳା-ଭିଣୋଇ ବାଇକ ଲୁଟେରା ଗିରଫ - ବାଇକ୍‌ ଲୁଟେରା

ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଆଦର୍ଶ ଥାନା ପୋଲିସ ଗିରଫ କରିଛି ଶଳା-ଭିଣୋଇ ବାଇକ ଲୁଟେରା ଯୋଡି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : Aug 9, 2019, 5:42 PM IST

Updated : Aug 9, 2019, 11:56 PM IST

ବାଲେଶ୍ବର: ଗିରଫ ହୋଇଛନ୍ତି ଦୁଇ ବାଇକ ଲୁଟେରା । ସ୍ଥାନୀୟ ସହଦେବଖୁଣ୍ଟା ଆଦର୍ଶ ଥାନା ପୋଲିସ ଦ୍ବାରା ଗିରଫ ଏହି ଦୁଇ ବାଇକ୍‌ ଲୁଟେରା ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣାପଡିଛି । ଏମାନେ ହେଲେ ନରହରିପୁର ଅଞ୍ଚଳର ବିଜୟ ମହାନ୍ତି ଓ ବୈଶିଙ୍ଗା ଅଞ୍ଚଳର ଜୟନ୍ତ ବରାଳ । ଏମାନଙ୍କୁ ଗିରଫ କରିବା ସହିତ 3ଟି ଚୋରା ବାଇକ ମଧ୍ୟ ଜବତ କରିଛି ସ୍ଥାନୀୟ ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ତେବେ ଉକ୍ତ ଦୁଇ ବାଇକ ଲୁଟେରା ପୂର୍ବରୁ ମଧ୍ୟ ବାଇକ ଚୋରି ଅଭିଯୋଗରେ ଜେଲ ଯାଇସାରିଛନ୍ତି । ଗତ 5 ତାରିଖ ବାଲେଶ୍ବର ଏଡିଏମ ଛକ ଶ୍ରମ ଅଫିସ ଆଗରୁ କାର୍ତ୍ତିକ ଚନ୍ଦ୍ର ବିଶ୍ବାଳଙ୍କ ଗାଡି ଚୋରି ହୋଇଥିବା ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରଥମେ ଭିଣୋଇ ଘରେ ଥିବା ବାଇକ ସହ ତାକୁ ଗିରଫ କରିଥିଲା । ତା' ଠାରୁ ଶଳାର ସମ୍ପୃକ୍ତି ସମ୍ପର୍କରେ ଜାଣିବାକୁ ପାଇ ତାକୁ କରିବା ସହିତ ଅନ୍ୟ ଦୁଇ ଚୋରା ବାଇକ ମଧ୍ୟ ଜବତ କରିଥିଲା ସ୍ତାନୀୟ ପୋଲିସ ।

ଏମାନେ ବାଇକ ଲୁଟିବା ପରେ ପଶ୍ଚିମବଙ୍ଗ ଅଞ୍ଚଳରେ ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏମାନଙ୍କ ପଛରେ ଆଉ କିଏ କିଏ ରହିଛନ୍ତି ତାହା ପୋଲିସ ତଦନ୍ତ କରୁଥିବା କହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ସହଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ ଦୁଇଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ 3ଟି ବାଇକ ଜବତ କରିଛି। ଲୁଟେରାଙ୍କ କଳା କାରନାମା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମଳିନୀରେ ପୋଲିସ ପ୍ରକାଶ କରିଛି।

Body:ଗିରଫ ହୋଇଥିବା 2 ଲୁଟେରା ପୂର୍ବରୁ ମଧ୍ୟ ଏମିତି ବାଇକ ଚୋରି କରି ଜେଲ ଯାଇଥିବା ପୋଲିସ ସୂଚନା ଦେଇଛି। ଲୁଟେରା ଦୁଇଜଣ ସମ୍ପର୍କରେ ଶଳା ଭିଣୋଇ ବୋଲି ଜଣାପଡିଛି। ଲୁଟେରା ଦୁଇଜଣ ନରହରିପୁର ଅଞ୍ଚଳର ବିଜୟ ମହାନ୍ତି ଓ ବୈଶିଙ୍ଗା ଅଞ୍ଚଳର ଜୟନ୍ତ ବରାଳ ବୋଲି ପୋଲିସ ସୂଚନା ଦେଇଛି।

Conclusion:ଗତ 5 ତାରିଖ ବାଲେଶ୍ୱର ଏଡିଏମ ଛକ ଶ୍ରମ ଅଫିସ ଆଗରୁ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳଙ୍କ ଗାଡି ଲୁଟ ଅଭିଯୋଗ ସହଦେଵଖୁଣ୍ଟା ଥାନାରେ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରଥମେ ଭିଣୋଇ ଘରେ ଥିବା ବାଇକ ସହ ତାଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ଶଳାର ସମ୍ପୃକ୍ତି ସମ୍ପର୍କରେ ଜାଣିବାକୁ ପାଇ ତାଙ୍କ ଠାରୁ 2ଟି ବାଇକ ଜବତ କରି ଉଭୟ ଶଳା ଭିଣୋଇଙ୍କୁ ଗିରଫ କରିଥିଲା। ଏମାନେ ବାଇକ ଲୁଟିବା ପରେ ପଶ୍ଚିମବଙ୍ଗ ଅଞ୍ଚଳରେ ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏମାନଙ୍କ ପଛରେ ଆଉ କିଏକିଏ ରହିଛନ୍ତି ତାହା ପୋଲିସ ତଦନ୍ତ କରୁଥିବା ଜଣାପଡିଛି।
ବାଇଟ- ପରେଶ କୁମାର ରାଉତ(ଆଇଆଇସି, ସହଦେବଖୁଣ୍ଟା)
Last Updated : Aug 9, 2019, 11:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.