ETV Bharat / state

ବ୍ୟାଙ୍କ ସାମ୍ନାରୁ ୧୨ ଲକ୍ଷ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର

author img

By

Published : Jun 9, 2022, 8:10 PM IST

ଭଦ୍ରକ ସହରାଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଲୁଟିଛନ୍ତି ୧୨ ଲକ୍ଷ ଟଙ୍କା । ବନ୍ତ ବୁଡ଼ା ପାଟଣା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ବ୍ୟାଙ୍କକୁ ୧୨ ଲକ୍ଷ ଟଙ୍କା ଉଠାଇ ଫେରୁଥିବାବେଳେ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ

ବ୍ୟାଙ୍କ ସାମ୍ନାରେ ୧୨ ଲକ୍ଷ ଝାମ୍ପି ନେଇ ଦୁର୍ବୃତ୍ତ ଫେରାର

ଭଦ୍ରକ: ଭଦ୍ରକ ସହରାଞ୍ଚଳରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ଲୁଟ ଜାରି ରଖିଛନ୍ତି । ହେଲେ ଏହାକୁ ପ୍ରତିହତ କରିବା ପାଇଁ ଅସମର୍ଥ ଭଦ୍ରକ ପୋଲିସ । ଯାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ସହର ଅଞ୍ଚଳର ଜନଗହଳି ଅଞ୍ଚଳରେ ଥିବା ଏସବିଆଇ ମୁଖ୍ୟ ଶାଖା ସମ୍ମୁଖରେ ।

ଖବର ଅନୁଯାୟୀ, ବନ୍ତ ବୁଡ଼ା ପାଟଣା ଅଞ୍ଚଳର ଶିକ୍ଷକ ଅଶୋକ କୁମାର ଖିଲାର ଆଜି(ଗୁରୁବାର) ବ୍ୟାଙ୍କକୁ ୧୨ ଲକ୍ଷ ଟଙ୍କା ନେବା ପାଇଁ ଆସିଥିଲେ । ଆସନ୍ତାକାଲି ସେଇ ଅର୍ଥରେ ଗୋଟିଏ ଜାଗା କ୍ରୟ କରିବାର ସୂଚନା ମିଳିଛି । ତେବେ ଅଶୋକ ଏହି ୧୨ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଆସୁଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ସେ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଏକ ପଲ୍ସର ବାଇକରେ ଛୁ ମାରିଥିଲେ । ସ୍ଥାନୀୟ କିଛି ଯୁବକ ଦୁର୍ବୃତ୍ତଙ୍କ ପିଛା କରି ବିଫଳ ହୋଇଥିବା ସୂଚନା ମିଳିଛି । ଏନେଇ ଖବର ପାଇଁ ଭଦ୍ରକ ସହରାଅଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.