ଭଦ୍ରକ: ଭଦ୍ରକ ଟ୍ରକ ମାଲିକ ସିଣ୍ଡିକେଟର ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ । ଧାମରା ପୋର୍ଟରୁ ମାଲ ପରିବହନ ପାଇଁ ଅନ୍ୟ ଜିଲ୍ଲାର ଟ୍ରକ ଓ ପୋର୍ଟ ଅଞ୍ଚଳର କିଛି ଟ୍ରକ ମାନଙ୍କୁ ନିୟୋଜିତ କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ସଙ୍ଘ । ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଏକ ସାମ୍ବାଦିକ ସମିଳନୀରେ ଚେତାବନୀ ଦେଇଛି ଭଦ୍ରକ ଟ୍ରକ ମାଲିକ ସଂଘ ।
ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଅବଗତ କରି ସେମାନେ ଧାମରା ପୋର୍ଟରୁ ମାଲ ନେଇ ଆସୁଥିବା ଟ୍ରକ ଗୁଡିକୁ ଭଦ୍ରକରେ ଅଟକାଇ ରଖିଛନ୍ତି । ଧାମରା ପୋର୍ଟରୁ ମାଲ ପରିବହନ ପାଇଁ ଦାୟୀତ୍ବ ନେଇଥିବା ଟ୍ରାନ୍ସପୋଟ ଏଜେନ୍ସି ଭଦ୍ରକ ଟ୍ରକ ମାଲିକ ସଙ୍ଘ ସହିତ ଆଲୋଚନା ନକରି ନିଜ ଇଚ୍ଛାରେ ବାହର ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ମାଲ ପରିବହନ ପାଇଁ ଅନୁମତି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାର ଟ୍ରକ ମାଲିକମାନେ ବହୁଦିନ ହେଲା ହାତ ବାନ୍ଧି ବସିଥିବାରୁ ଟ୍ରାନ୍ସପୋର୍ଟ ଏଜେନ୍ସି ମାନେ ପ୍ରଥମେ ସଙ୍ଘକୁ ନେଇ ଏହାର ସମାଧାନ ପାଇଁ ଏକ ବୈଠକ କରିବା ସହ ରେଟ ଧାର୍ଯ୍ୟ କରି ମାଲ ପରିବହନ ପାଇଁ ଟ୍ରକ ଗୁଡିକ ନିୟୋଜିତ କରିବାକୁ ଅନୁରୋଧ କରିଛନ୍ତି ।
ଇଟିଭି ଭାରତ, ଭଦ୍ରକ