ETV Bharat / state

ମେଡ଼ିସିନ ଦୋକାନରୁ ଗୁଟଖା ଓ ସିଗାରେଟ ଜବତ, 3 ଗିରଫ

author img

By

Published : Apr 25, 2021, 8:06 AM IST

ଭଦ୍ରକ ଜିଲ୍ଲାର ଏକ ମେଡିସିନ ଦୋକାନରୁ ଗୁଟଖା ଓ ସିଗାରେଟ ଜବତ କରିଛି ଭଦ୍ରକ ଟାଉନ ପୋଲିସ । ଘଟଣାରେ ତିନିଜଣଙ୍କୁ ଗିରଫ କରିବା ସହିତ ଦୋକାନକୁ ସାତ ଦିନ ପାଇଁ ସିଲ କରିଛି ପୋଲିସ । ଅଧିକ ପଢନ୍ତୁ...

3 ଗିରଫ
3 ଗିରଫ

ଭଦ୍ରକ: ମେଡିସିନ ଦୋକାନରୁ ସିଗାରେଟ ଓ ଗୁଟଖା ଜବତ । ଘଟଣାରେ ତିନିଜଣଙ୍କୁ ଗିରଫ କରିବା ସହିତ ଦୋକାନକୁ ସିଲ କରିଛି ଭଦ୍ରକ ଟାଉନ ପୋଲିସ ।

ମେଡ଼ିସିନ ଦୋକାନରୁ ଗୁଟଖା ଓ ସିଗାରେଟ ଜବତ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କୋରୋନା କବଳରୁ ରକ୍ଷା ପାଇବା ପାଇଁ ଭଦ୍ରକ ସହର ଦୁଇଦିନ ହେବ ସଟଡାଉନ ରହିଛି। କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡି ଆଉ ବାକି ସବୁ ଦୋକାନ ବନ୍ଦ ରହିଛି । ତେବେ ଏହି ସମୟରେ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଛି । ଭଦ୍ରକ ମେଡିକାଲ ସମ୍ମୁଖରେ ଥିବା ଦିନଦୟାଲ ମେଡ଼ିସିନ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ପାଇ ପୋଲିସ ପାଇଥିଲା । ଏହାପରେ ପୋଲିସ ଓ ପ୍ରଶାସନ ପକ୍ଷରୁ ମେଡିସିନ ଦୋକାନ ଉପରେ ମିଳିତ ଚଢାଉ କରାଯାଇଥିଲା ।

ଚଢାଉରେ ପୋଲିସ ବିପୁଳ ପରିମାଣର ଗୁଟୁଖା ଓ ସିଗାରେଟ ଜବତ କରିବା ସହିତ ଦୋକାନକୁ ସାତ ଦିନ ପାଇଁ ସିଲ କରିଛି । ଏହା ସହିତ ଦୋକାନ ମାଲିକଙ୍କୁ ମିଶାଇ ଘଟଣାରେ ସଂପୃକ୍ତ ଥିବା ତିନିଜଣଙ୍କୁ ଗିରଫ କରିବା ସହିତ 25 ହଜାର ଟଙ୍କା ଜୋରିମାନା କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.