ETV Bharat / state

ମମିତା ମେହେର ମୃତ୍ୟୁ ଘଟଣା: ତିହିଡି ଓ ପିରହାଟରେ ବିଜେପି କର୍ମୀଙ୍କ ପ୍ରତିବାଦ - ତିହିଡି ବିଜେପି କର୍ମୀଙ୍କ ପ୍ରତିବାଦ

ଅଧ୍ୟାପିକା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଏବଂ ବାରିପଦାରେ ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ତିହିଡି ବିଜେପି ପକ୍ଷରୁ ଉଭୟ ତିହିଡ଼ି ଓ ପୀରହାଟ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଅଧିକ ପଢନ୍ତୁ...

ମମିତା ମେହେର ମୃତ୍ୟୁ ଘଟଣା: ତିହିଡି ଓ ପିରହାଟରେ ବିଜେପି କର୍ମୀଙ୍କ ପ୍ରତିବାଦ

author img

By

Published : Oct 23, 2021, 9:23 PM IST

ଭଦ୍ରକ: ଅଧ୍ୟାପିକା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଏବଂ ବାରିପଦାରେ ବିଜେପି କର୍ମୀଙ୍କ ଉପରେ ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ତିହିଡି ବିଜେପି ପକ୍ଷରୁ ଉଭୟ ତିହିଡ଼ି ଓ ପୀରହାଟ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଓଡିଶାର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ଭୁଷୁଡି ପଡିଛି । ନାରୀ ନିର୍ଯାତନା ଠାରୁ ଆରମ୍ଭ କରି ସରକାରୀ ଦଳୀୟ ରାହାଜାନୀରେ ସାଧାରଣ ଲୋକେ ଅତିଷ୍ଠ । ରାଜ୍ୟବାସୀଙ୍କୁ ନିର୍ଭୟରେ କାଳାତିପାତ କରିବାକୁ ବିଜେପି ଦାବି କରିଛି । ଏହି ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ଦୃଢ ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓହ୍ଲାଇଛି । ବିଜେପିର ପ୍ରତିବାଦକୁ ଦବାଇ ଦେବା ପାଇଁ ସରକାର ଦଳୀୟ ଗୁଣ୍ଡାକୁ ଲଗାଇ ମରଣାନ୍ତକ ଆକ୍ରମଣ କରୁଛି । ଯାହାର ସଦ୍ୟ ଉଦାହରଣ ବାରିପଦାରେ ବିଜେପିର ଯୁବମୋର୍ଚ୍ଚା ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରୁଥିବାବେଳେ ଯୁବକର୍ମୀମାନଙ୍କ ଉପରେ ପୋଲିସ ସାମନାରେ ମରଣାନ୍ତକ ଆକ୍ରମଣ ବିଜେଡି କରିଥିବା କୁହାଯାଇଛି ।

ମମିତା ମେହେର ମୃତ୍ୟୁ ଘଟଣା: ତିହିଡି ଓ ପିରହାଟରେ ବିଜେପି କର୍ମୀଙ୍କ ପ୍ରତିବାଦ

ପୋଲିସ ବିଭାଗ ସରକାରଙ୍କର ହାତ ବାରିସି ସାଜିଥିବା ବିଜେପି ଅଭିଯୋଗ କରିଛି । ତିହିଡିରେ ବିଜେପି ନେତା ରଘୁନାଥ ପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଗଣଧାରଣାରେ ସାମିଲ ହୋଇଥିଲେ। ସେହିପରି ପିରହାଟରେ ଜିଲ୍ଲା ସମ୍ପାଦକ ଶଶିକାନ୍ତ ବିଶ୍ୱାଳଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.