ETV Bharat / state

ସାତ ମାସ ପରେ ଲୁଟ୍‌ ଘଟଣାର ପର୍ଦ୍ଦଫାସ କଲା ପୋଲିସ, 30 ଲକ୍ଷର ଅଳଙ୍କାର ଜବତ

author img

By

Published : May 1, 2023, 9:46 AM IST

ଭଦ୍ରକ କାଶିଶ୍ଵର ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ। 3 ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କ ନିକଟରୁ 30 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କଲା ପୋଲିସ। ଅଧିକ ପଢନ୍ତୁ

gold theft case in bhadrak
gold theft case in bhadrak
gold theft case in bhadrak

ଭଦ୍ରକ: ବାସୁଦେବପୁର ଥାନା ବେତଡ଼ା ବଜାରର କାଶିଶ୍ଵର ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ ଘଟଣା । 7 ମାସ ପରେ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । 3 ଜଣଙ୍କୁ ଗିରଫ କରିବା ସହ ବେଳେ 30 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟେରାଙ୍କ ଠାରୁ ଜବତ କଲା ପୋଲିସ । ଗତ 2022 ମସିହା ସେପ୍ଟେମ୍ବର ମାସ 14 ତାରିଖ ଦିନ କାଶିଶ୍ଵର ଜୁଏଲାରୀରୁ ପ୍ରାୟ ଏକ କେଜି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର 14 ତାରିଖ ଦିନ ଅପରାହ୍ନ ସମୟରେ ଜୁଏଲାରୀ ଦୋକାନ ମାଲିକ ତାରାକାନ୍ତ ସାହୁ ଦୋକାନ ଖୋଲି ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗଟିକୁ ଶୋ’ କେସ ଉପରେ ରଖିଦେଇ ପାଖରେ ୱାର୍କ ସପ୍‌କୁ ଚାଲିଯାଇଥିଲେ । କିଛି ସମୟ ପରେ ଫେରିବା ବେଳକୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗଟି ଶୋ’ କେସ ଉପରେ ନଥିବା ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ବାସୁଦେବପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଘଟଣାର ତଦନ୍ତ ପାଇଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୌରବ ଓତା , ବାସୁଦେବପୁର ଥାନା ଅଧିକାରୀ ସାବିତ୍ରୀ ପଣ୍ଡା, ଏସ୍‌ଆଇ ଜିତେନ୍ଦ୍ର ନାୟକ, ଲକ୍ଷ୍ମୀକାନ୍ତ ଉପାଧ୍ୟାୟଙ୍କ ସମେତ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ନେଇ ଦୁଇଟି ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଲୁଟେରା ମାନଙ୍କୁ ଧରିବାକୁ ଯୋଜନା ହୋଇଥିଲା । ଏହାପରେ ସିସି କ୍ୟାମେରା, ସନ୍ଧାନୀ କୁକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଥିଲା ।

ତେବେ ତଦନ୍ତ ଜାରି ରହିଥିବା ବେଳେ ଘଟଣାର ସାତ ମାସ ପରେ ଲୁଟେରା ମାନେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳରେ ଲୁଚି ରହିଥିବା ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ବାସୁଦେବପୁର ଥାନା ପୋଲିସ । ଏହାପରେ ଏକ ସ୍ଵତନ୍ତ୍ର ଟିମ ଲୁଟେରା ମାନଙ୍କୁ କାବୁ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲା । ଶେଷରେ ଲୁଟେରା ମାନଙ୍କୁ ସେଠାରୁ କାବୁ କରିବାରେ ସଫଳ ହୋଇଥିଲେ ବାସୁଦେବପୁର ଥାନା ପୋଲିସ । ସେମାନଙ୍କ ଠାରୁ 486 ଗ୍ରାମ ଓଜନର ସ୍ଵର୍ଣ୍ଣ ଅଳଙ୍କାର, ନଗଦ 3 ଲକ୍ଷ 69 ହଜାର ଟଙ୍କା ପୋଲିସ ଜବତ କରିଥିଲା । ଜବତ ସୁନା ଅଳଙ୍କାରର ମୂଲ୍ୟ ମୂଲ୍ୟ 30 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।

ତେବେ ଏହି ଲୁଟ ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସ୍କା ଥାନା ଅଞ୍ଚଳର ଏମ୍. ସୁନିଲ, କୁନା ଦାସ ବୟସଏବଂ ଏ. ବାବୁ ଆଚାର୍ଯ୍ୟ । ଲୁଟ ଘଟଣାରେ ଜଡ଼ିତ ଥିବା ଅନ୍ୟ ଜଣେ ଯୁବକ ଫେରାର ଥିବା ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.