ETV Bharat / state

ଭଦ୍ରକରେ ପୃଥକ୍‌ ପୃଥକ୍‌ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ

author img

By

Published : Mar 27, 2023, 10:40 PM IST

ଭଦ୍ରକ ଜିଲ୍ଲାରେ ତନୋଟି ପୃଥକପୃଥକ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ସାମିଲ ରହିଛି । ଅଧିକ ପଢ଼ନ୍ତୁ

ଭଦ୍ରକର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ହୃଦୟବିଦାରକ ଘଟଣା

ଭଦ୍ରକ: ଭଦ୍ରକ ଜଲ୍ଲାରେ ମୃତ୍ୟର ତାଣ୍ଡବ । ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା । ଜଣେ ନିଖୋଜ ଥିବା ଯୁବକଙ୍କ ମୃତଦେହ ନଦୀରୁ ମିଳି ଥିବା ବେଳେ ପୋଖରୀରେ ବୁଡି ଜଣେ 2 ବର୍ଷର ଶିଶୁ ମୃତ ଘଟିଛି । ଅନ୍ୟପଟେ ସାଙ୍ଗ ଜନ୍ମ ଦିନକୁ ଯାଉଥିବା ବେଳେ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧିନ ଉତ୍ତରବାହିନୀ ଅଞ୍ଚଳର 29 ବର୍ଷୀୟ ଶୁଭମ ପରିଡା କିଛି ଦିନ ତଳୁ ନିଖୋଜ ଥିଲେ । ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ହେଲେ ସାଳନ୍ଦୀ ନଦୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ମୃତଦେହଟି ଶୁଭମଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜସ୍ଥାନରେ ମାଛ ମଡ଼କ, ହ୍ରଦରେ ଭାସିଲେ ହଜାର ହଜାର ମଲା ମାଛ

ଅନ୍ୟ ଏକ ଘଟଣାରେ 3 ଜଣ ବନ୍ଧୁ ସାଙ୍ଗ ଜନ୍ମ ଦିନ ପାଳନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସାଙ୍ଗକୁ ଜନ୍ମର ଶୁଭେଚ୍ଛା ଜଣାଇବାକୁ ଯାଉଥିବା ବେଳେ ବିଧିର ବିଧାନ ଥିଲା ଅଲଗା । ରାସ୍ତାରେ ବାଇକ ଦୁର୍ଘଟଣା ଶିକାର ହୋଇଥିଲା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମାଙ୍କଡିଆ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସଂଗ୍ରାମ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ ପ୍ରଥମେ ଧାମନଗର ଏବଂ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସେମାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ: ତିବ୍ଦତୀୟ ଶରଣାର୍ଥୀଙ୍କୁ ସରକାରଙ୍କ କୃପା ଦୃଷ୍ଟି, ଯୋଗାଇଲେ ଭତ୍ତା ଓ ରାସନ କାର୍ଡ

ସେହିପରି ପାଣିରେ ବୁଡି ଦୁଇବର୍ଷର ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଖେଳୁଥିବା ବେଳେ ପୋଖରୀରେ ପଡି ଶିଶୁଟିର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଘଟିଛି ଏମିତି ଘଟଣା । ମୃତକ ତିହିଡି ଥାନା ତଳବନ୍ଧ ଗ୍ରାମର ବୁଦ୍ଧିରାମ ନାୟଙ୍କ ସାନ ଝିଅ ବୋଲି ଜଣା ପଡ଼ିଛି । ସେ ଖେଳିବା ସମୟରେ ପୋଖରୀରେ ପଡିଯାଇଥିଲା । ତେବେ ପୋଖରୀ ପାଖରୁ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରିଥିଲେ । ପୋଖରୀରୁ ଉଦ୍ଧାର କରି ତିହିଡି ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.