ETV Bharat / state

ଫ୍ଲିପ୍‌କାର୍ଟ୍‌ ହବ୍‌ରୁ ଟଙ୍କା ଲୁଟ୍‌ ଓ ପାର୍ସଲ ଗୋଦାମରେ ନିଆଁ ଲଗାଇବା ଘଟଣା, ମାଷ୍ଟର ମାଇଣ୍ଡ ସମେତ ୩ ଗିରଫ

author img

By

Published : Jun 28, 2023, 1:55 PM IST

ଭଦ୍ରକ ବନ୍ତ ଅଞ୍ଚଳରେ ଫ୍ଲିପ୍‌କାର୍ଟ୍‌ ହବ୍‌ରୁ ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଚୋରି ଓ ପାର୍ସଲ ଗୋଦାମରେ ନିଆଁ ଲାଗିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ସେହି କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ଫ୍ଲିପ୍‌କାର୍ଟ୍‌ ହବ୍‌ରୁ ଟଙ୍କା ଲୁଟ୍‌ ଘଟଣାରେ ୩ ଗିରଫ

ଭଦ୍ରକ: ବନ୍ତ ଫ୍ଲିପ୍‌କାର୍ଟ୍‌ ହବ୍‌ରୁ ଟଙ୍କା ଚୋରି କରିବା ସହ ପାର୍ସଲ ଗୋଦାମରେ ନିଆଁ ଲଗାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ବନ୍ତ ଥାନା ପୋଲିସ । ବନ୍ତ ସଖିପାଟଣା ଛକରେ ଥିବା ଫ୍ଲିପ୍‌କାର୍ଟ୍‌ ହବ୍‌ରୁ ଗତ ରବିବାର ବିଳମ୍ବିତ ରାତିରେ କ୍ୟାସ୍‌ ବାକ୍ସରେ ଥିବା ନଗଦ ଟଙ୍କା ଚୋରି କରିନେବା ସହ ପାର୍ସଲ ଗୋଦାମରେ ନିଆଁ ଲଗାଇ ଦେଇଥିଲେ କମ୍ପାନୀର ୩ ଜଣ କର୍ମଚାରୀ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ବନ୍ତ ଥାନା ପୋଲିସ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ଟଙ୍କାକୁ ଜବତ କରିଛି ।

ସୂଚନା ଅନୁସାରେ ବନ୍ତ ବ୍ଲକ ଅନ୍ତର୍ଗତ ବନ୍ତ ଫ୍ଲିପ୍‌କାର୍ଟ୍‌ ହବ୍‌ରେ ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଥିବା ସିମୁଳିଆ ଅଞ୍ଚଳର ମନୋଜ କୁମାର ବାରିକ ପ୍ରତିଦିନ ଭଳି ହିସାବ ସାରି କ୍ୟାସ୍‌ ବାକ୍ସରେ ଟଙ୍କା ରଖିବା ପରେ କମ୍ପାନୀର ଅନ୍ୟ କର୍ମଚାରୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ବିଶ୍ବଜିତ୍‌ ମହାଳିକଙ୍କୁ ସବୁଦିନ ପରି ଚାବି ଦେଇ ଘରକୁ ଚାଲି ଯାଇଥିଲେ । ଏହି ସୁଯୋଗରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଶ୍ବଜିତ୍ କମ୍ପାନୀର ଅନ୍ୟ ୨ ଜଣ ଡେଲିଭରି ବୟ ବାଙ୍ଗୋରପଦୀ ଗ୍ରାମର ଅନିଲ ପରିଡା ଏବଂ ଜିତେନ୍ଦ୍ର ପୃଷ୍ଟିଙ୍କ ସହ ମିଶି କ୍ୟାସ୍‌ ବାକ୍ସରେ ଥିବା ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା ଚୋରି କରିବା ପରେ ପାର୍ସଲ ଗୋଦାମରେ ନିଆଁ ଲଗାଇ ଦେଇ ଗୃହର ମୁଖ୍ୟ ସଟର୍‌ରେ ଚାବି ପକାଇ ଚାଲି ଯାଇଥିଲେ । ଏପରିକି ଗଲାବେଳେ ବାହାର କାନ୍ଥରେ ଏକ ଛୋଟ କଣା କରିଦେଇ ଯାଇଥିଲେ । ପରଦିନ ସକାଳେ ବିଶ୍ବଜିତ୍ ଅଫିସ ଘର ଖୋଲିବା ପରେ ଏହି ବିଷୟରେ ଇନ୍‌ଚାର୍ଜ ମନୋଜ କୁମାର ବାରିକଙ୍କୁ ଜଣାଇଥିଲେ ।

ଖବର ପାଇ ମନୋଜ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଟଙ୍କା ଚୋରି ହେବା ସହ କମ୍ପାନୀର ଟଙ୍କା ଗଣା ମେସିନ, କମ୍ପ୍ୟୁଟର ଏବଂ ପାର୍ସଲ ଗୋଦାମ ପୋଡି ଯାଇଥିବା ଦେଖି ବନ୍ତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବନ୍ତ ଥାନା ପୋଲିସ ୧୦୪/୨୩ ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ତଦନ୍ତ କରିବା ପରେ ପରିସ୍ଥିତିକୁ ଅନୁଧ୍ୟାନ କରି ବିଶ୍ବଜିତ୍ ମହାଳିକ, ଅନିଲ ପରିଡା ଏବଂ ଜିତେନ୍ଦ୍ର ପୃଷ୍ଟିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା । ଶେଷରେ ୩ ଜଣ ଯାକ ପୋଲିସ ନିକଟରେ ସମସ୍ତ ସତ କଥା ମାନିଯିବା ସହ ଟଙ୍କା ଚୋରି କରିନେଇଥବା କହିଥିଲେ । ଫଳରେ ଅଭିଯୁକ୍ତମାନଙ୍କ ତଥ୍ୟକୁ ଆଧାର କରି ପୋଲିସ ଚୋରି ହୋଇଥିବା ସମସ୍ତ ୩ ଲକ୍ଷ ୫୫ ହଜାର ଟଙ୍କାକୁ ଉଦ୍ଧାର କରିଥିବା ନେଇ ଧାମନଗର SDPO ବିଜୟ କୃଷ୍ଣ ମହାପାତ୍ର ମଙ୍ଗଳବାର ବନ୍ତ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ତ ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଏସ୍‌ଆଇ ପ୍ରସାଦ କୁମାର ଜେନା, ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.