ETV Bharat / state

ବାଇକକୁ ପଛରୁ ପିଟିଲା ଭ୍ୟାନ: ଯୁବକ ମୃତ

author img

By

Published : Oct 13, 2020, 4:56 PM IST

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ଅଧିକ ପଢନ୍ତୁ...

ବାଇକକୁ ପଛରୁ ପିଟିଲା ଭ୍ୟାନ
ବାଇକକୁ ପଛରୁ ପିଟିଲା ଭ୍ୟାନ

ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକକୁ ପିକଅପ ଭ୍ୟାନ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି । ମୃତ ଯୁବକ ଜଣକ ପଦ୍ମପୁର ପଞ୍ଚାୟତ ରୁକୁଣାଦେଇପୁର ଗ୍ରାମର ଆଲୋକ ବାରିକ ବୋଲି ଜଣାପଡିଛି ।

ବାଇକକୁ ପଛରୁ ପିଟିଲା ଭ୍ୟାନ

ସୂଚନା ଅନୁଯାୟୀ ଭଦ୍ରକ-ବାସୁଦେବପୁର ମୁଖ୍ୟ ରାସ୍ତା ପଦ୍ମପୁର ନିକଟରେ ଆଲୋକ ପୋଲର ବାମପାଶ୍ବରେ ମୋଟର ସାଇକେଲ ରଖି ଠିଆ ହୋଇଥିଲେ। ଏହି ସମୟରେ ବାସୁଦେବପୁରରୁ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ପୋଲତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆଲୋକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭଦ୍ରକ-ବାସୁଦେବପୁର ମୁଖ୍ୟ ରାସ୍ତା ପଦ୍ମପୁର ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ପରେ ଖବର ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି । ଅନ୍ୟପଟେ ଦୁର୍ଘଟଣା ପରେ ପିକଅପ ଭ୍ୟାନ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.