ETV Bharat / state

ସାମାନ୍ୟ ବର୍ଷାରେ ଧସିଲା 4 ଲକ୍ଷ ବ୍ୟୟ ଅଟକଳରେ ଅର୍ଦ୍ଧନିର୍ମିତ ସ୍କୁଲ ପାଚେରୀ - bhadrak district news

ସାମାନ୍ୟ ବର୍ଷା ସହ ପବନରେ ଧସିଗଲା ଅର୍ଦ୍ଧନିର୍ମିତ ସ୍କୁଲ ପାଚେରୀ । ଅଧିକ ପଢନ୍ତୁ...

ସାମାନ୍ୟ ବର୍ଷ।ରେ ଧସିଲା 4ଲକ୍ଷ ଟଙ୍କା ଅଟକଳରେ ଅର୍ଦ୍ଧନିର୍ମିତ  ସ୍କୁଲ ପାଚେରୀ

author img

By

Published : May 4, 2021, 10:12 PM IST

ଭଦ୍ରକ: ସାମାନ୍ୟ ବର୍ଷା ସହ ପବନରେ ଧସିଗଲା ଅର୍ଦ୍ଧ୍ବନିର୍ମିତ ସ୍କୁଲ ପାଚେରୀ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତରେ । ଆଜି ସାମାନ୍ୟ ବର୍ଷା ସହ ପବନରେ ପଞ୍ଚାୟତର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଦ୍ଧନିର୍ମିତ ପାଚେରୀ ପ୍ରାୟ 20 ଫୁଟ ଲମ୍ବର ମାଟିରେ ମିଶିଯାଇଛି । ଯାହାକୁ ନେଇ ଗ୍ରାମବାସୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସାମାନ୍ୟ ବର୍ଷ।ରେ ଧସିଲା 4ଲକ୍ଷ ଟଙ୍କା ଅଟକଳରେ ଅର୍ଦ୍ଧନିର୍ମିତ ସ୍କୁଲ ପାଚେରୀସାମାନ୍ୟ ବର୍ଷ।ରେ ଧସିଲା 4ଲକ୍ଷ ଟଙ୍କା ଅଟକଳରେ ଅର୍ଦ୍ଧନିର୍ମିତ ସ୍କୁଲ ପାଚେରୀ

ସୂଚନା ଅନୁଯାୟୀ ପ୍ରାୟ ଦେଢମାସ ତଳେ ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ବିଭାଗ ତଥା ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ପିଲର ଖୋଳା ଠାରୁ ଆରମ୍ଭ କରି ଇଟା ଯୋଡେଇ ସମୟରେ ଉପଯୁକ୍ତ ମାନର କାର୍ଯ୍ୟ ହେଉନଥିବା ଦର୍ଶାଯାଇଥିଲା । ପଞ୍ଚାୟତ ପକ୍ଷରୁ 2018-19 ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥ ଆୟୋଗ(ସିଏଫସି) ପାଣ୍ଠିରୁ ଉକ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ କରିବା ଲାଗି 4 ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ଜଣାପଡିଛି । ତେବେ ସାମାନ୍ୟ ବର୍ଷାରେ ଏପରି ନବନିର୍ମିତ ପାଚେରୀ ଧସିଯିବା ଠିକାଦାର ଓ ପ୍ରଶାସନର ପାରିଆ ପଣିଆ ଉପରେ ପ୍ରଶ୍ନ ଉଠୁଛି ।

ନିର୍ମାଣ ସମୟରେ ବ୍ଲକର ପ୍ରଶାସନର କୌଣସି ତଦାରଖ ନଥିବାରୁ ଏପରି ନିମ୍ନମାନର କାର୍ଯ୍ୟ ହୋଇଥିବା ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ନେଇ ଖେଳ ଖେଳିଥିବା ଠିକାଦାର ବିରୋଧରେ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବା ବାକି ରହିଲା । ତେବେ ଏନେଇ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.